Masthead

ପିପିଲି ଉପନିର୍ବାଚନ: ହାତରେ ମାତ୍ର ୨୬ ଦିନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପିପିଲି ଉପ ନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଶୁସିଲ କୁମାର ଲୋହାନୀ । ସେପ୍ଟେମ୍ବର ୩୦ରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହ ଅକ୍ଟୋବର ୩ରେ ଭୋଟ ଗଣତି ହେବ । ଏହା ସହ ୧୫ ଅକ୍ଟୋବର ସୁଦ୍ଧା ପୁରା ନିର୍ବାଚନ ପ୍ରକ୍ରିୟା ସରିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର । ଯେଉଁ ଠାରୁ ନିର୍ବାଚନ ପ୍ରକ୍ରିୟା ବନ୍ଦ ଥିଲା ସେଠାରୁ ହିଁ ପ୍ରକ୍ରିୟା ଆରମ୍ଭ ହେବ । ଅର୍ଥାତ ଯେଉଁ ମାନଙ୍କ ପ୍ରାର୍ଥିପତ୍ର କାୟମ ରହିଛି ସେମାନେ ହିଁ ନିର୍ବାଚନ ଉବଦାନକୁ ଓହ୍ଲାଇବେ ।

ସମ୍ପୁର୍ଣ୍ଣ କୋଭିଡ ଗାଇଡ ଲାଇନ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଟିତ ହେବ । ସର୍ବାଧିକ ୨୦୦ଲୋକଙ୍କୁ ନେଇ ଇନଣ୍ଡୋର ପ୍ରଚାର ହେବ । ଏହା ସହ ଆଉଟଡୋର ପ୍ରଚାରରେ ଯଦି ଷ୍ଟାର କ୍ୟାମ୍ପେନର ସାମିଲ ଥିବେ ତେବେ ସର୍ବାଧିକ ୧୦୦୦ ନଚେତ ଅଧା ଲୋକ ଅର୍ଥାତ ୫୦୦ଲୋକଙ୍କୁ ନେଇ ଆଉଟଡୋର କ୍ୟାମ୍ପେନ ହେବ । ଏହା ସହ ସାହି ପ୍ରଚାରରେ ସର୍ବାଧିକ ୨୦ ଜଣ ଓ ଡୋର ଟୁ ଡୋର ପ୍ରଚାରରେ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୫ଜଣ ରହି ପାରିବେ । ନିର୍ବାଚନର ୪୮ଘଣ୍ଟା ଆଗରୁ ପ୍ରଚାର ବନ୍ଦ ପାଇଁ ପୁର୍ବରୁ ନିର୍ଦ୍ଦେଶ ଥିବା ବେଳେ ଚଳିତ ନିର୍ବାଚନରେ ଏହା ୭୮ଘଣ୍ଟା ଆଗରୁ ବନ୍ଦ କରିବାକୁ କୁହାଯାଇଛି । ସମ୍ପୁର୍ଣ୍ଣ କୋଭିଡ ଗାଇଡ ଲାଇନ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ ।

ନିର୍ବାଚନରେ ଭାଗ ନେବାକୁ ଥିବା ସମସ୍ତ କର୍ମଚାରୀଙ୍କୁ ଡବଲ ଡୋଜ ଟିକା ବାଧ୍ୟତା ମୂଳକ କରାଯାଇଛି । ପ୍ରତି ବୁଥରେ କୋଭିଡ ନିୟମ ତଦାରଖ କରିବା ପାଇଁ ଜଣେ ଜଣେ ନୋଡାଲ ଅଫିସର ନିଯୁକ୍ତ ହେବେ । ଅନ୍ୟପଟେ ବାଇକ ରାଲି ଓ ରୋଡ଼ ଶୋକୁ ମନା କରାଯାଇଛି । କୌଣଷୀ ପ୍ରାର୍ଥୀ କିମ୍ବା ପ୍ରଚାରକ କୋଭିଡ ନିୟମ କିଲାପ କଲେ ରାଲି ଓ ବୌଠକ ପାଇଁ ମିଳିତିବା ଅନୁମତି ପ୍ରତ୍ୟାହୃତ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ