Masthead

ବୟସର ଅପରାହ୍ନରେ ବି ଦେଉଛନ୍ତି ମାଗଣା ଶିକ୍ଷାଦାନ

ଘସିପୁରା(ବଡ଼ ଖବର ବ୍ୟୁରୋ): ଶିକ୍ଷାଦାନ ପାଇଁ ଉତ୍ସର୍ଗୀକୃତ ଜୀବନ । ଅବସର ଗ୍ରହଣ ପରେ ବି ଥକି ଯାଇ ନାହାଁନ୍ତି ସେ । ୮୩ବର୍ଷ ବୟସରେ ମଧ୍ୟ ତାଙ୍କ ଉପରେ ପଡିନି ବୟସର ଛାପ । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅଙ୍ଗାରୁଆ ଗାଁର ଆଦର୍ଶ ଶିକ୍ଷକ ମାୟାଧର ରଥ । ଗାଁ କଜଳେଇ ମନ୍ଦିରର ଶାନ୍ତ, ଶୁଦ୍ଧ ବାତାବରଣରେ ପାଠ ପଢୁଛନ୍ତି ପିଲାଏ ।

ପ୍ରଥମ ଶ୍ରେଣୀରୁ କଲେଜ୍ ପିଲାମାନଙ୍କୁ ଏଠାରେ ପାଠ ପଢାଉଛନ୍ତି ମାୟାଧର ରଥ । ଏଥିପାଇଁ ପିଲାଙ୍କଠାରୁ କୌଣସି ପାରିଶ୍ରମିକ ନିଅନ୍ତି ନାହିଁ । ଅଳତୀ ଦରିଦ୍ର ନାରାୟଣ ବିଦ୍ୟାପୀଠରୁ ଅବସର ନେବା ପରେ ଗାଁମନ୍ଦିର ବେଢା ତାଙ୍କ ପାଇଁ ପାଲଟିଛି ନୂତନ କର୍ମକ୍ଷେତ୍ର । ପାଠପଢା ଶେଷ କରିବା ପରେ ଅନ୍ୟ ଚାକିରୀ ଛାଡି ପିତାମାତାଙ୍କ ସେବା କରିବା ପାଇଁ ଅଳତୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ ।

ସଫଳତାର ସହ ୪୦ ବର୍ଷ ଶିକ୍ଷାଦାନ କରିବା ସହ ଜଣେ କୃତି ଶିକ୍ଷକ ଭାବେ ସେ ରାଜ୍ୟପାଳ ପୁରସ୍କାର ମଧ୍ୟ ପାଇଛନ୍ତି । ଏଥିସହ ଶତାଧିକ ଗଳ୍ପ,କବିତା ଓ ପ୍ରବନ୍ଧ ରଚୟିତା ମାୟାଧର ରଥ । ତାଙ୍କର ଲେଖା ଓଡିଶାର ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଛି । ସେଥିପାଇଁ ତାଙ୍କୁ ବହୁ ସାହିତ୍ୟିକ ଅନୁଷ୍ଠାନ ତରଫରୁ ପୁରସ୍କୃତ ମଧ୍ୟ କରାଯାଇଛି ।

ଦୁଃଖ ଓ ବିଷାଦରେ ଅନ୍ୟମାନେ ଅବସର ସମୟ କାଟୁଥିବା ବେଳେ, ଅବସର ସମୟ ମାୟାଧର ରଥଙ୍କ ପାଇଁ ଏକ ନୂତନ ପ୍ରେରଣାର ଉତ୍ସ ପାଲଟିଛି । ବୟସର ଅପରାହ୍ନରେ ବି ଦେଉଛନ୍ତି ମାଗଣା ଶିକ୍ଷାଦାନ । ଅବସର ଯାହାଙ୍କ ପାଇଁ ଆଶ୍ରିବାଦ ପାଲଟିଛି । ଦୀର୍ଘ ୨୩ ବର୍ଷ ଧରୀ ମାଗଣାରେ କରୁଛନ୍ତି ଶିକ୍ଷା ଦାନ । ଉପକୃତ ହେଉଛନ୍ତି ଶହଶହ ଛାତ୍ରଛାତ୍ରୀ । ଏଥିପାଇଁ ସ୍ଥାନିୟ ଅଞ୍ଚଳରେ ମାୟାଧର ରଥ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଏକ ଉଦାହରଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି