ଟାଇଟଲ ହାତେଇଲା ଆରସିବି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଇତିହାସ ରଚିଲା ଆରସିବି । ଦିର୍ଘ ୧୭ ବର୍ଷର ଅପେକ୍ଷାର ଅନ୍ତ ଘଟିଲା। ଆରସିବି ଘରକୁ ଗଲା ଟ୍ରଫି । ଯାହା ପୁରୁଷ ଟିମ କରିପାରିଲେ ନାହିଁ ତାହା କରିଦେଖାଇଲେ ମହିଳା । କୋହଲିଙ୍କ ସ୍ବପ୍ନ ପୂରଣ କଲେ ସ୍ମୃତି ମାନ୍ଧନା । ମହିଳା ପ୍ରିମିୟର ଲିଗର ଦ୍ବିତୀୟ ସଂସ୍କରଣକୁ ନିଜ ନାଁରେ କଲା ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ।

ଆଜି ଅନୁଷ୍ଠିତ ଡବ୍ଲୁପିଏଲର ଆକର୍ଷଣୀୟ ଫାଇନାଲ ମୁକାବିଲାରେ ଦିଲ୍ଲୀକୁ ହରାଇ ଟାଇଟଲ ଆପଣାଇଛି ଆରସିବି । ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ଦମଦାର ଆରମ୍ଭ କରିଥିଲା । ହେଲେ ପ୍ରଥମ ଓ୍ବିକେଟ ପରେ ଧରାସାୟୀ ହୋଇପଡିଥିଲା ଦିଲ୍ଲୀ କ୍ୟାପିଟାଲ । ୬୪ ରନରେ କୌଣସି ଓ୍ବିକେଟ ପଡ଼ିନଥିବା ଦିଲ୍ଲୀ ମାତ୍ର ୧୧୩ରନରେ ଅଲ ଆଉଟ ହୋଇଯାଇଥିଲା । ଯାହାକୁ ଆରସିବି ମାତ୍ର ୨ ଓ୍ବିକେଟ ହରାଇ ଅତି ସହଜରେ ହାସଲ କରିନେଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ