Masthead

ପଞ୍ଜଶିରରେ ୬୦୦ ତାଲିବାନୀ ନିହତ

କାବୁଲ(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନକୁ ଜବରଦଖଲ କରିଥିବା ତାଲିବାନ ଏବେ ପଞ୍ଜଶିରକୁ କବଜା କରିବା ପାଇଁ ବିଦ୍ରୋହ ଆରମ୍ଭ କରିଛି । ପଞ୍ଜଶିରକୁ ନିିଜ ଆୟତରେ ନବା ପାଇଁ ଅନେକ ପ୍ରଚେଷ୍ଟା ଚଳାଇଥିବା ବେଳେ ଶେଷରେ ସବୁଥିରେ ବିଫଳ ହୋଇଛି । ଆଫଗାନର ପୂର୍ବତନ ରାଷ୍ଟ୍ରପତି ଅମରୁୁଲ୍ଲା ସାଲେହ ଓ ଅହମ୍ମଦ ମାସୁଦକୁ କଏଦ କରିବାକୁ ଯାଇ ତାଲିବାନ ଏବେ ନିଜେ ଫସିଯାଇଛି । ପାଖା ପାଖି ୬୦୦ରୁ ଅଧିକ ତାଲିବାନୀ ନର୍ଦ୍ଦନ ଆଲାଏନ୍ସ ଦ୍ୱରା ନିପାତ ହୋଇଥିବା ବେଳେ ୭୦୦ ରୁ ଅଧିକ ତାଲିବାନୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛି ନର୍ଦ୍ଦନ ଆଲାଏନ୍ସ ।

ଏହା ପୂର୍ବରୁ ପଞ୍ଜଶିର ନେତା ଅହମ୍ମଦ ମାସୁଦ କହିଥିଲେ ଯେ ଆମେ କେବବି ତାଲିବାନୀଙ୍କ ନିକଟରେ ଆତ୍ମସର୍ମପଣ କରିବୁ ନାହିଁ । ମହମ୍ମଦ ମାସୁଦ ଏକ ଭିଡିଓ ଜରିଆରେ ନିଜର ବାର୍ତ୍ତା ପଠାଇଛନ୍ତି ଯେଉଁଥିରେ ସେ କହିଛନ୍ତି, ୭୦୦ ରୁ ଅଧିକ ତାଲିବାନୀଙ୍କର ମୃତ୍ୟୁ ଘଟିଛି । ଏବଂ ୬୦୦ ରୁ ଅଧିକ ଲୋକ ଆତ୍ମସମର୍ପଣ କରିଛନ୍ତି ।ଗତକାଲି ମାସୁଦ କହିଥିଲେ ଯେ ନ୍ୟାୟ ଏବଂ ସ୍ୱାଧାନତା ପାଇଁ ସେ କେବେବି ନିଜର ସଂଗ୍ରାମ ବନ୍ଦ କରିବେ ନାହିଁ । ସୂଚନା ଯୋଗ୍ୟ ଯେ, ତାଲିବାନ ଅଗଷ୍ଟ ୧୫ ରେ କାବୁଲକୁ କବଜା କରିବା ପରେ ନୁଆ ସରକାର ଗଠନ ଘୋଷାଣକୁ ସ୍ତଗିତ ରଖାଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ