Masthead

ଆଫଗାନିସ୍ତାନରେ ଯୁଦ୍ଧ ଏବେ ଶେଷ: ତାଲିବାନ ମୁଖପାତ୍ର

କାବୁଲ(ବଡ଼ ଖବର ବ୍ୟୁରୋ): ପଞ୍ଜଶିରକୁ ନେଇ ତାଲିବାନ ଏବେ ବଡ ଦାବି କରିଛି । ତାଲିବାନ ପଞ୍ଜଶିରକୁ ସମ୍ପୂର୍ଣ୍ଣ କବଜା କରିନେଇଥିବା ବେଳେ ନିଜର ସମ୍ପୂଣ୍ଣ ନିୟନ୍ତ୍ରଣ ଦାବି କରିଛି । ପୂର୍ବରୁ କେବଳ ପଞ୍ଜଶିରକୁ ଛାଡି ତାଲିବାନ ଦେଶର ସବୁ ସ୍ଥାନରେ ବିଜୟ ପତାକା ଉଡାଇଥିଲା । ହେଲେ ଆଜି ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସକୁ ପରାସ୍ତ କରି ନିଜର ପତାକା ଉଡାଇବା ସହ ବିଜୟ ଘୋଷଣା କରିଛି ।

ଏପଟେ ତାଲିବାନର ମୁଖପାତ୍ର ଜାବିଦୁଲ୍ଲା ମୁଜାହିଦ କହିଛନ୍ତି ଯେ,ଆଫଗାନିସ୍ତାନରେ ଏବେ ଯୁଦ୍ଧ ସମାପ୍ତ ହୋଇଛି । ଦେଶର ପୁନଃ ନିର୍ମାଣ ପାଇଁ ମିଳିତ ଭାବେ କାମ କରିବେ । ପଞ୍ଜଶିର ଦଖଲ କରିବା ପରେ ଆଫଗାନରେ ଚାଲିଥିବା ଯୁଦ୍ଧ ଉପରେ ପୂର୍ଣ୍ଣଚ୍ଛେଦ ପଡିଛି ବୋଲି ସେ କହିଛନ୍ତି ।

କିଛି ଦିନ ମଧ୍ୟରେ ନୂତନ ସରକାର ଗଠନ କରିବା ନେଇ ଘୋଷଣା କରାଯିବ ବୋଲି କହିଛନ୍ତି ଜାବିଦୁଲ୍ଲା ମୁଜାହିଦ୍ । ଏହାପୂର୍ବରୁ ଆଜି ତାଲିବାନ ଘୋଷଣା କରିଥିଲା ଯେ ପଞ୍ଜଶିର ହେଉଛି ଶେଷ ଆଫଗାନିସ୍ତାନ ପ୍ରଦେଶ ଯାହାକୁ କବଜା କରିବା ବାକିଥିଲା । ଅନେକ ବିଦ୍ରୋହ ପରେ ତାଲିବାନ ଶେଷରେ ପଞ୍ଜଶିରକୁ କବଜା କରିନେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ