Masthead

ନୂଆଁଖାଇର୍ ଲାଗି ପତର୍ ଖୋଜା

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ସୃଷ୍ଟିର ଆରମ୍ଭରୁ ଗଛଲତା ଓ ବଣ ପାହାଡ଼ ସହ ଜଡ଼ିତ ହୋଇ ରହିଛି ମଣିଷ । ପ୍ରକୃତିର କୋଳରେ ସେ ନିଜକୁ ଆବିଷ୍କାର କରିଛି, ଆବିଷ୍କାର କରିଛି ନିଜର ପରମ୍ପରାକୁ, ଆପଣାର ସଂସ୍କୃତିକୁ। ସେଥିପାଇଁ ତ ନୂଆଁଖାଇରେ ଦେଖିବାକୁ ମିଳିଥାଏ ଏକ ନିଆରା ପରମ୍ପରା। ପତ୍ରରେ ନୂଆଁ ଖାଇବାର ଏକ ଭିନ୍ନ ସ୍ୱତନ୍ତ୍ରତା ।

କାହିଁ କେଉଁ ଆବାହାନ କାଳରୁ ପ୍ରକୃତି ସହ ମଣିଷର ସଂପର୍କ। ମଣିଷ ଆଜି ବି ପସୋରି ପାରି ନାହିଁ ପ୍ରକୃତିର ଅବଦାନକୁ। ଆଜି ମଧ୍ୟ ସେହି ସମ୍ପର୍କରେ ବନ୍ଧା ପଡିଛି। ଭାରତୀୟ ସଂସ୍କୃତି ଆଉ ପରମ୍ପରାରେ ଗଛ ଲତାକୁ ପୂଜା କରିବା ବିଧି ଭଳି, ନୂଆଁଖାଇରେ ମଧ୍ୟ ରହିଛି ଏକ ଭିନ୍ନ ପରମ୍ପରା। ଏହି ପରମ୍ପରାରେ ବିଭିନ୍ନ ଗଛର ପତ୍ରକୁ ସଂଗ୍ରହ କରି ଅଣାଯାଏ। ଏବଂ ଦେବୀଙ୍କ ପାଖରେ ପୂଜାପାଠ ପରେ ଲୋକେ ପତ୍ରରେ ନୂଆ ଖାଆନ୍ତି ।

ଏହି ପର୍ବର ବିଶେଷତ୍ଵ ହେଲା, ନୂଆଖାଇ ଦିନ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର ଗଛର ପତ୍ର। ବିଭିନ୍ନ ଜାତି ଓ ସମ୍ପ୍ରଦାୟର ଲୋକେ ଅଲଗା ଅଲଗା ଗଛର ପତ୍ରକୁ ନୂଆଁଖାଇ ଦିନ ବ୍ୟବହାର କରିଥାନ୍ତି। ରେଙ୍ଗାଲ, ମହୁଲ, କୁରେଇ, ସରଗି ଭଳି ଅନେକ ଗଛର ପତ୍ରକୁ ଖଲି, ଦନା ତିଆରି କରି ନବାନ୍ନ ଭକ୍ଷଣ କରିଥାନ୍ତି। ଆଉ ଏହି ପତ୍ରରେ ନିଜ ନିଜ ଇଷ୍ଟଦେବୀଙ୍କୁ ମଧ୍ୟ ପୂଜାର୍ଚ୍ଚନା କରିଥାନ୍ତି।

ଏଥିପାଇଁ ଲୋକେ ନୂଆଁଖାଇ ଦିନର ଦିନେ ଦୁଇ ଦିନ ଆଗରୁ ପତ୍ର ସଂଗ୍ରହ କରି ଘରକୁ ଆଣିଥାନ୍ତି। ଭାଇଚାରାର ପର୍ବ ନୂଆଁଖାଇ। ତେଣୁ ଏହି ଦିନରେ କେହି କଂସା ବାସନ କି ଥାଲିରେ ନୂଆ ଖାଆନ୍ତି ନାହିଁ। ସମସ୍ତେ ପତ୍ରରେ ତିଆରି ଖଲି, ଦନାରେ ହିଁ ନୂଆଁ ଖାଇଥାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା