Masthead

ନୂଆଁଖାଇର୍ ଲାଗି ପତର୍ ଖୋଜା

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ସୃଷ୍ଟିର ଆରମ୍ଭରୁ ଗଛଲତା ଓ ବଣ ପାହାଡ଼ ସହ ଜଡ଼ିତ ହୋଇ ରହିଛି ମଣିଷ । ପ୍ରକୃତିର କୋଳରେ ସେ ନିଜକୁ ଆବିଷ୍କାର କରିଛି, ଆବିଷ୍କାର କରିଛି ନିଜର ପରମ୍ପରାକୁ, ଆପଣାର ସଂସ୍କୃତିକୁ। ସେଥିପାଇଁ ତ ନୂଆଁଖାଇରେ ଦେଖିବାକୁ ମିଳିଥାଏ ଏକ ନିଆରା ପରମ୍ପରା। ପତ୍ରରେ ନୂଆଁ ଖାଇବାର ଏକ ଭିନ୍ନ ସ୍ୱତନ୍ତ୍ରତା ।

କାହିଁ କେଉଁ ଆବାହାନ କାଳରୁ ପ୍ରକୃତି ସହ ମଣିଷର ସଂପର୍କ। ମଣିଷ ଆଜି ବି ପସୋରି ପାରି ନାହିଁ ପ୍ରକୃତିର ଅବଦାନକୁ। ଆଜି ମଧ୍ୟ ସେହି ସମ୍ପର୍କରେ ବନ୍ଧା ପଡିଛି। ଭାରତୀୟ ସଂସ୍କୃତି ଆଉ ପରମ୍ପରାରେ ଗଛ ଲତାକୁ ପୂଜା କରିବା ବିଧି ଭଳି, ନୂଆଁଖାଇରେ ମଧ୍ୟ ରହିଛି ଏକ ଭିନ୍ନ ପରମ୍ପରା। ଏହି ପରମ୍ପରାରେ ବିଭିନ୍ନ ଗଛର ପତ୍ରକୁ ସଂଗ୍ରହ କରି ଅଣାଯାଏ। ଏବଂ ଦେବୀଙ୍କ ପାଖରେ ପୂଜାପାଠ ପରେ ଲୋକେ ପତ୍ରରେ ନୂଆ ଖାଆନ୍ତି ।

ଏହି ପର୍ବର ବିଶେଷତ୍ଵ ହେଲା, ନୂଆଖାଇ ଦିନ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର ଗଛର ପତ୍ର। ବିଭିନ୍ନ ଜାତି ଓ ସମ୍ପ୍ରଦାୟର ଲୋକେ ଅଲଗା ଅଲଗା ଗଛର ପତ୍ରକୁ ନୂଆଁଖାଇ ଦିନ ବ୍ୟବହାର କରିଥାନ୍ତି। ରେଙ୍ଗାଲ, ମହୁଲ, କୁରେଇ, ସରଗି ଭଳି ଅନେକ ଗଛର ପତ୍ରକୁ ଖଲି, ଦନା ତିଆରି କରି ନବାନ୍ନ ଭକ୍ଷଣ କରିଥାନ୍ତି। ଆଉ ଏହି ପତ୍ରରେ ନିଜ ନିଜ ଇଷ୍ଟଦେବୀଙ୍କୁ ମଧ୍ୟ ପୂଜାର୍ଚ୍ଚନା କରିଥାନ୍ତି।

ଏଥିପାଇଁ ଲୋକେ ନୂଆଁଖାଇ ଦିନର ଦିନେ ଦୁଇ ଦିନ ଆଗରୁ ପତ୍ର ସଂଗ୍ରହ କରି ଘରକୁ ଆଣିଥାନ୍ତି। ଭାଇଚାରାର ପର୍ବ ନୂଆଁଖାଇ। ତେଣୁ ଏହି ଦିନରେ କେହି କଂସା ବାସନ କି ଥାଲିରେ ନୂଆ ଖାଆନ୍ତି ନାହିଁ। ସମସ୍ତେ ପତ୍ରରେ ତିଆରି ଖଲି, ଦନାରେ ହିଁ ନୂଆଁ ଖାଇଥାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା