Masthead

୩ଦିନ ପରେ ନୂଆଖାଇ: କମୁଛି ସମ୍ବଲପୁରୀ ବସ୍ତ୍ରର ବିକ୍ରି, ଚିନ୍ତାରେ ବ୍ୟବସାୟୀ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ଆଉ ୩ ଦିନ ପରେ ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଖାଇ । ସମସ୍ତଙ୍କ ମନରେ ଖୁସି ଓ ସରାଗ ଭରିଯାଇଛି । କରୋନା ପାଇଁ ବନ୍ଦଥିଲା ଦୋକାନ ବଜାର । ଏବେ ଖୋଲିଛି । ନୂଆଖାଇ ପାଇଁ ଦୋକାନ ବଜାରରେ ଲୋକଙ୍କ ଭିଡ ଲାଗିରହିଛି । କରୋନା କାଳରେ ଲୋକଙ୍କ ଆର୍ଥିକ ସ୍ଥିତି ବିଗିଡି ଯାଇଛି । ତଥାପି ନୂଆଖାଇରେ ନୂଆବସ୍ତ୍ର ପରିଧାନର ପରମ୍ପରା ବଜାୟ ରଖିବା ପାଇଁ ଲୋକେ ଉଦ୍ୟମ ଚଳାଇଛନ୍ତି । ତେଣେ ସମ୍ବଲପୁରୀ ବସ୍ତ୍ରର ଦର ଟିକେ ଉଚ୍ଚ ଥିବାରୁ ସାଧାରଣ ଲୋକଙ୍କୁ ଢେର ବାଧୁଛି ।

ସମ୍ବଲପୁରୀ କପଡା ବ୍ୟବସାୟୀମାନେ କହିଛନ୍ତି ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ଏତେ ମାତ୍ରାରେ ଗ୍ରାହକ କିଣୁନାହାନ୍ତି । ବଜାର ମାନ୍ଦା ରହିଛି । କିନ୍ତୁ ଆଶା ଅଛି ଆଉ ତିନିଦିନ ଭିତରେ କିଛି ଭଲ ବ୍ୟବସାୟ ହେବ । ନୂଆଖାଇ ପାଇଁ ଦୋକାନୀମାନେ ମଧ୍ୟ ଭଳିକି ଭଳି ଡିଜାଇନର ର କପଡା ,ଶାଢ଼ୀ,ଡ୍ରେସ୍, ଗାମୁଛା,ଧୋତି ସଜେଇ ରଖିଛନ୍ତି । ଲୋକଙ୍କ ପାଖରେ ପଇସା ନଥିଲେ ବି ନୂଆଁଖାଇ ପାଳନ କରିବାକୁ ସମସ୍ତେ ବହୁତ୍ ଖୁସି । ନିଜ ସଂସ୍କୃତି ପରମ୍ପରାକୁ ବଜାୟ ରଖିବାକୁ ସମସ୍ତେ କମ ହେଉ କିମ୍ବା ବେଶୀ ସମ୍ବଲପୁରୀ କପଡା ପିନ୍ଧି ଏକା ସଙ୍ଗେ ନୂଆଖାଇ ପାଳନ କରିବେ ବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା