ନିଜ ଜୀବନକୁ ବାଜି ଲଗାଇଦେଲେ ରୁଷ୍‌ ମନ୍ତ୍ରୀ

(ବଡ଼ ଖବର ବ୍ୟୁରୋ): ରୁଷିଆର ମନ୍ତ୍ରୀ ଅନ୍ୟ ଜଣଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇଛନ୍ତି। ତେବେ ରୁଷିଆର ଏମର୍ଜେନ୍ସି ମନ୍ତ୍ରୀ ୟେବନେଗି ‌ଜିନିଚେବ ନିଜ ଜୀବନକୁ କ୍ଷାତିର ନକରି ଜଣେ କ୍ୟାମେରାମ୍ୟାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେହି ଦୁର୍ଘଟଣାରେ କ୍ୟାମେରାମ୍ୟାନଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ବୁଧବାର ଏକ ତାଲିମ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମନ୍ତ୍ରୀ ଜିନିଚେବ ଜଣେ କ୍ୟାମେରାମ୍ୟାନଙ୍କୁ ପାଣି ନିକଟରେ ଥିବା ଉଚ୍ଚ ପଥର କଡ଼ରେ ଛିଡ଼ା ହୋଇ ସାକ୍ଷାତକାର ଦେଉଥିଲେ।

ସେହି ସମୟରେ ହଠାତ୍ କ୍ୟାମେରାମ୍ୟାନ ପାଣି ଭିତରକୁ ଖସି ପଡ଼ିଥିଲେ। ତାଙ୍କ ଜୀବନ ରକ୍ଷା କରିବାକୁ ଯାଇ ମନ୍ତ୍ରୀ ମଧ୍ୟ ପାଣି ଭିତରକୁ ଡେଇଁ ପଡ଼ିଥିଲେ। ତେବେ ସେହି ସମୟରେ ସେ ପାଣି ଭିତରୁ ଉଠିବା ବେଳେ ଆଉ ଏକ ପଥରରେ ପିଟି ହୋଇ ମୃତ୍ୟୁବରଣ କରିଥିଲେ। ୨୦୧୮ ମେ’ରେ ତାଙ୍କୁ ଏମର୍ଜେନ୍ସି ମନ୍ତ୍ରାଳୟ ମୁଖ୍ୟ ନିଯୁକ୍ତ କରାଯାଇଥିଲା। ସେ ମଧ୍ୟ ରୁଷ୍‌ ସୁରକ୍ଷା ପରିଷଦର ସଦସ୍ୟ ଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ