Masthead

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

ବୈପାରିଗୁଡା (ବଡ଼ ଖବର ବ୍ୟୁରୋ) : ସରକାରଙ୍କ ତରଫରୁ ବରିଷ୍ଠ ନାଗରିକଙ୍କୁ ଦିଆଯାଉଛି ବାର୍ଦ୍ଧକ୍ୟ ଭତ୍ତା । କମ୍ ବୟସର କିଛି ଲୋକଙ୍କୁ ବହୁଦିନ ହେଲା ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ବେଳେ ଯୋଗ୍ୟ ବ୍ୟକ୍ତିଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଦୋରାଗୁଡ଼ା ପଞ୍ଚାୟତର ବନଗୁଡ଼ା ଗ୍ରାମରୁ । ଏହି ଗ୍ରାମର ଟଙ୍କଧର ଖିଲ (୬୫), ଲକ୍ଷ୍ମୀଦେଇ ଖିଲ (୬୨), ରଇଲା ପାମିଆ (୬୬), ବଳରାମ ପାମିଆ (୬୫), ନୀଳମଣି ଖିଲ (୮୧) ପ୍ରମୁଖ ଏ ସମ୍ପର୍କରେ ପ୍ରଶାସନକୁ ଗୁହାରି କରିଥିଲେ ସୁଫଳ ମିଳୁନି । ମଧୁବାବୁ ପେନସନ ଯୋଜନା ହେଉ ଅବା ଅନ୍ୟାନ୍ୟ ଯୋଜନାର ଫାଇଦା ଉଠାଇପାରୁ ନାହାନ୍ତି ବହୁ ଯୋଗ୍ୟ ହିତାଧିକାରୀ । ତୁରନ୍ତ ପ୍ରଶାସନ ଓ ଲୋକପ୍ରତିନିଧି ହସ୍ତକ୍ଷେପ କରି ଯୋଗ୍ୟ ବରିଷ୍ଠ ନାଗରିକଙ୍କୁ ଭତ୍ତା ଯୋଜନାରେ ସାମିଲ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ