Masthead

ପ୍ରଧାନମନ୍ତ୍ରୀ ସଡ଼କରେ ଆଣ୍ଠୁଏ ପାଣି

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ହୋଇଛି, କିନ୍ତୁ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି । ରାସ୍ତାରେ ଆଣ୍ଠୁଏ ବର୍ଷାପାଣି ଜମି ରହିବାରୁ ଗମନାଗମନରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ଅନ୍ତର୍ଗତ ଦେଉଳା ପଞ୍ଚାୟତରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଦେଉଳା- ଦେଭୋଗ ୧୬୦୦ ମିଟର ରାସ୍ତା ଏକକୋଟିରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟରେ ନିର୍ମିତ ହେଇଥିଲା । ମାତ୍ର ରାସ୍ତାର ଅଧାଅଂଶ କଂକ୍ରିଟ ହୋଇଥିବା ବେଳେ ବାକି ଅଧା ପିଚୁ ହୋଇଛି। ତେବେ ତ୍ରୁଟିପୂର୍ଣ୍ଣ ପ୍ଲାନ୍ ସମସ୍ୟା ସୃଷ୍ଟି କରୁଛି । ରାସ୍ତା ପାଶ୍ୱର୍ ପାଣି ନିଷ୍କାସନ ପାଇଁ ଡ୍ରେନ୍ ବ୍ୟବସ୍ଥା ନାହିଁ । ରାସ୍ତାର ୨୦୦ ମିଟର ସଂଯୋଗ ରାସ୍ତାରୁ ଡାଉନ୍ ଥିବାରୁ ସେଠାରେ ଆଣ୍ଠୁଏ ପାଣି ଜମି ରହୁଛି। ମୋଟରସାଇକେଲ ଓ ସାଇକେଲରେ ଯାଉଥିବା ଲୋକମାନେ ଅସୁବିଧାରେ ପଡୁଛନ୍ତି । ମହିଳା, ଝିଅ ଓ ଛୋଟପିଲାମାନେ ଚାଲି ଚାଲି ସେହି ରାସ୍ତାରେ ଯାଇପାରୁ ନାହାନ୍ତି । ଦେଭୋଗକୁ ଉକ୍ତ ରାସ୍ତା ସଂଯୋଗ କରୁଥିବାରୁ ବଳରାମପୁର ଓ ଦେଭୋଗ ପଞ୍ଚାୟତ ଲୋକମାନେ ଏହି ରାସ୍ତା ଉପରେ ନିର୍ଭରଶୀଳ । ରାସ୍ତାର ଦୁଇପାର୍ଶ୍ଵ ଜବରଦଖଲ ମୁକ୍ତ କରାଯାଇ ଯଥାଶୀଘ୍ର ପାଣି ନିଷ୍କାସନ ବ୍ୟବସ୍ଥା କରାଯିବା ସହ ଡ୍ରେନ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ