Masthead

ତାଲିବାନୀଙ୍କ ବର୍ବରତା

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନ ଦଖଲ ପରେ ତାଲିବାନ ଆତଙ୍କ ବଢିବାରେ ଲାଗିଛି । ସେପଟେ ଚିନ ତାଲିବାନକୁ ସାଥ୍ ଦେଇଛି । ସମଗ୍ର ବିଶ୍ୱ ତାଲିବାନର କ୍ରୁରତା ଦେଖିଆସୁଛି । ହେଲେ ତାଲିବାନ ବାରମ୍ବାର ନିଜର ଛବିକୁ ଭଲ କରିବା ପାଇଁ ବିଭିନ୍ନ ପଦକ୍ଷେପ ସବୁ ନେଉଛି । ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଆଫଗାନିସ୍ତାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଅମରୁଲ୍ଲା ସାଲେହଙ୍କ ବଡ ଭାଇ ରୋହୁଲ୍ଲା ସାଲେହଙ୍କୁ ଅତି ବର୍ବର ଭାବେ ହତ୍ୟା କରିଛନ୍ତି ତାଲିବାନୀ ।

ତାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେବା ପରେ ପଂଜଶିର ଘାଟିରେ ହତ୍ୟା କରିଛନ୍ତି । ପ୍ରଥମେ ତାଙ୍କୁ ଇଲେକ୍ଟ୍ରି ତାରରେ ନିସ୍ତୁକ ମାଡ ମାରିବା ପରେ ତାଙ୍କ ଗଳା କାଟି ହତ୍ୟା କରାଯାଇଛି । ଏତିକିରେ ସରିଲାନି ତାଲିବାନୀଙ୍କ ନିଷ୍ଠୁରତା । ଯନ୍ତ୍ରଣାରେ ଛଟପଟ ହେଉଥିବା ରୋହୁଲ୍ଲା ସାଲେହଙ୍କ ଗଳା କାଟିବା ପରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ତାଙ୍କ ଉପରକୁ ବାରମ୍ବାର ଗୁଳି ଚଳାଇଥିଲେ ତାଲିବାନୀ । ତାଙ୍କ ଶରୀର ସଢିବା ଉଚିତ ବୋଲି ଜଣେ ତାଲିବାନୀ କହୁଥିବା ତାଙ୍କ ଭଣଜା ଇବଦୁଲ୍ଲା ରଏଟର୍ସ ଗଣମାଧ୍ୟମକୁ କହିଛନ୍ତି ।

ସୂଚନା ମୁତାବକ, ରୋହୁଲ୍ଲା ସାଲେହ ତାଲିବାନୀଙ୍କ ସହ ଯୁଦ୍ଧ କରିବା ସମୟରେ ତାଲିବାନୀଙ୍କ ହାତରେ ଧରା ପଡିଯାଇଥିଲେ । ସେ ଥିବା ସ୍ଥାନକୁ ଘେରାଉ କରି ତାଙ୍କୁ ବନ୍ଦି କରିନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ