Masthead

ଆଫଗାନ ମାଟି ଆତଙ୍କୀଙ୍କ ମାଟି ନହେଉ: ଭାରତ

(ବଡ଼ ଖବର ବ୍ୟୁରୋ): ତାଲିବାନ ଅକ୍ତିଆରରେ ଆଫଗାନିସ୍ତାନ । ଦିନକୁ ଦିନ ତାଲିବାନ ତାର କ୍ରୁରତା ଦେଖେଇବାରେ ଲାଗିଛି । ତାଲିବାନ ସରକାରରେ ମହିଳାଙ୍କୁ କୌଣସି ସ୍ଥାନ ମିଳି ନ ଥିବାବେଳେ ସେମାନଙ୍କ ଅଧିକାରକୁ ଦଳି ମକଚି ଦିଆଯାଇଛି । ନିଷ୍ଠୁରତାର ଭାବେ ଅତ୍ୟାଚାର କରିବା ପରେ ଲୋକଙ୍କୁ ଗୁଳି କରି ମାରୁଛନ୍ତି । କିନ୍ତୁ ଆଫଗାନିସ୍ତାନ ସ୍ଥିତିକୁ ନେଇ ଏବେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ବଡ ବୟାନ ଦେଇଛି। ଭାରତର ସ୍ଥାୟୀ ପ୍ରତିନିଧି, ଟିଏସ ମୂର୍ତି ଆଲୋଚନାରେ ଭାଗ ନେଇ କହିଛନ୍ତି ।

ଆଫଗାନିସ୍ତାନର ସ୍ଥିତି ଗମ୍ଭୀର ରହିଛି । ଆଫଗାନିସ୍ଥାନ ମାଟି ଯେମିତି କୌଣସି ଆତଙ୍କବାଦୀ ବ୍ୟବହାର ନକରନ୍ତି, ସେନେଇ ତାଲିବାନୀମାନେ ପ୍ରତିଶ୍ରୁତି ଦେବାର ଆବଶ୍ୟକତା ରହିଛି । ଜାତିସଂଘ ଦ୍ୱାରା ନିଷିଦ୍ଧ ଘୋଷିତ ହୋଇଥିବା ଲସ୍କର ଇ-ତୋଇବା ଓ ଜୈସ-ଇ-ମହମ୍ମଦ ଭଳି ସମସ୍ତ ଆତଙ୍କବାଦୀ ସଂଗଠନ, ଆଫଗାନିସ୍ତାନକୁ ଅନ୍ୟ ଦେଶ ବିରୋଧରେ ବ୍ୟବହାର ନକରନ୍ତି, ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ପାଇଁ ବ୍ୟବହାର ନହୁଏ, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ନଦିଅନ୍ତି, ସେନେଇ ନିଶ୍ଚିତ କରିବା ଆବଶ୍ୟକ ।

ଏଥିସହ ଆଫଗାନିସ୍ତାନରେ ସ୍ଥିରତା, ଶାନ୍ତି ଓ ସୁରକ୍ଷା ପାଇଁ ବିଶ୍ୱ ସମୁଦାୟ ବିନା ଭେଦଭାବରେ ପଦକ୍ଷେପ ନେବା ଆବଶ୍ୟକ । ମହିଳା, ଶିଶୁ ଓ ଅଳ୍ପ ସଂଖ୍ୟକଙ୍କ ସୁରକ୍ଷା ଯୋଗାଇ ଦେବା ଜରୁରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି