Masthead

ଆଫଗାନ ମାଟି ଆତଙ୍କୀଙ୍କ ମାଟି ନହେଉ: ଭାରତ

(ବଡ଼ ଖବର ବ୍ୟୁରୋ): ତାଲିବାନ ଅକ୍ତିଆରରେ ଆଫଗାନିସ୍ତାନ । ଦିନକୁ ଦିନ ତାଲିବାନ ତାର କ୍ରୁରତା ଦେଖେଇବାରେ ଲାଗିଛି । ତାଲିବାନ ସରକାରରେ ମହିଳାଙ୍କୁ କୌଣସି ସ୍ଥାନ ମିଳି ନ ଥିବାବେଳେ ସେମାନଙ୍କ ଅଧିକାରକୁ ଦଳି ମକଚି ଦିଆଯାଇଛି । ନିଷ୍ଠୁରତାର ଭାବେ ଅତ୍ୟାଚାର କରିବା ପରେ ଲୋକଙ୍କୁ ଗୁଳି କରି ମାରୁଛନ୍ତି । କିନ୍ତୁ ଆଫଗାନିସ୍ତାନ ସ୍ଥିତିକୁ ନେଇ ଏବେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ବଡ ବୟାନ ଦେଇଛି। ଭାରତର ସ୍ଥାୟୀ ପ୍ରତିନିଧି, ଟିଏସ ମୂର୍ତି ଆଲୋଚନାରେ ଭାଗ ନେଇ କହିଛନ୍ତି ।

ଆଫଗାନିସ୍ତାନର ସ୍ଥିତି ଗମ୍ଭୀର ରହିଛି । ଆଫଗାନିସ୍ଥାନ ମାଟି ଯେମିତି କୌଣସି ଆତଙ୍କବାଦୀ ବ୍ୟବହାର ନକରନ୍ତି, ସେନେଇ ତାଲିବାନୀମାନେ ପ୍ରତିଶ୍ରୁତି ଦେବାର ଆବଶ୍ୟକତା ରହିଛି । ଜାତିସଂଘ ଦ୍ୱାରା ନିଷିଦ୍ଧ ଘୋଷିତ ହୋଇଥିବା ଲସ୍କର ଇ-ତୋଇବା ଓ ଜୈସ-ଇ-ମହମ୍ମଦ ଭଳି ସମସ୍ତ ଆତଙ୍କବାଦୀ ସଂଗଠନ, ଆଫଗାନିସ୍ତାନକୁ ଅନ୍ୟ ଦେଶ ବିରୋଧରେ ବ୍ୟବହାର ନକରନ୍ତି, ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ପାଇଁ ବ୍ୟବହାର ନହୁଏ, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ନଦିଅନ୍ତି, ସେନେଇ ନିଶ୍ଚିତ କରିବା ଆବଶ୍ୟକ ।

ଏଥିସହ ଆଫଗାନିସ୍ତାନରେ ସ୍ଥିରତା, ଶାନ୍ତି ଓ ସୁରକ୍ଷା ପାଇଁ ବିଶ୍ୱ ସମୁଦାୟ ବିନା ଭେଦଭାବରେ ପଦକ୍ଷେପ ନେବା ଆବଶ୍ୟକ । ମହିଳା, ଶିଶୁ ଓ ଅଳ୍ପ ସଂଖ୍ୟକଙ୍କ ସୁରକ୍ଷା ଯୋଗାଇ ଦେବା ଜରୁରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!