କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ସତ୍ୟପାଠ ଗ୍ରହଣ କଲା ବେଳେ ନିଜର ସମ୍ପତି ତାଲିକା ଦାଖଲ କରିଛନ୍ତି । ଦିଦି ସତ୍ୟପାଠରେ ନିଜର ସମ୍ପତିର ତାଲିକା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।
ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଭବାନୀପୁରର ଉପ ନିର୍ବାଚନ ପାଇଁ ଦିଦି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ସତ୍ୟପାଠ ଅନୁଯାୟୀ ଦିଦିଙ୍କ ପାଖରେ ନଗଦ ୬୯,୨୨୫ ଟଙ୍କା ରହିଛି । ତାଙ୍କର ବ୍ୟାଙ୍କ ଆକାଉଣ୍ଟରେ ୧୨,୦୨,୩୫୬ ଟଙ୍କା ଜମା ରହିଛି । ଏହା ସହିତ ତାଙ୍କ ପାଖରେ ମୋଟ ୧୩,୫୩,୩୫୬ ଟଙ୍କା ବ୍ୟାଙ୍କ ବାଲାନ୍ସ ଅଛି ବୋଲି ଜଣାପଡିଛି । ଅନ୍ୟପାଖରେ ଦିଦିଙ୍କ ପାଖରେ ୯ ଗ୍ରାମ ଅଳଙ୍କାର ରହିଛି । ଯାହାର ବଜାରରେ ଦାମ ୪୩,୮୩୭ ଟଙ୍କା ହେବ ବୋଲି ନିଜେ ଦିଦି ସତ୍ୟପାଠରେ ଦର୍ଶାଇଛନ୍ତି ।