ମହିଳାଙ୍କୁ ଦୁର୍ବ୍ୟବହାର

କୋରେଇ (ବଡ଼ ଖବର ବ୍ୟୁରୋ): କିଆପଦା ଗାଁରେ ମହିଳାଙ୍କୁ ଫୋନ ଯୋଗେ ସେହି ଗାଁର ଜଣେ ଯୁବକ ଅଶ୍ଳୀଳ ବ୍ୟବହାର କରିବା ଘଟଣାରେ କୋରେଇ ଥାନାରେ ଏତଲା ଦାୟର କଲେ ମହିଳା। ମହିଳାଙ୍କ ଅଭିଯୋଗ କ୍ରମେ ସ୍ୱାମୀଙ୍କର ମୃତ୍ୟୁ ହେବା ପରେ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରନ୍ତି। ତେବେ ସେ ଅଙ୍ଗନୱାଡି କର୍ମୀ ହେଇଥିବା ଗାଁର ଅନେକ ଲୋକଙ୍କ ନିକଟରେ ତାଙ୍କର ଫୋନ ନମ୍ବର ଅଛି।

ଏହାର ସୁଯୋଗ ନେଇ ସେହି ଗାଁର ଅକ୍ଷୟ କୁମାର ଦାସ ନାମକ ଜଣେ ଯୁବକ ତାଙ୍କ ସହିତ ଫୋନ ଯୋଗେ ଅଙ୍ଗନୱାଡିର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରନ୍ତି। ତେବେ କିଛିଦିନ କଥା ହେବା ପରେ ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖିବାକୁ ଫୋନ ଯୋଗେ କହିଥିଲେ ।

ତେବେ ଏଥିରେ ମହିଳା ଜଣକ ରାଜି ନହେବାରୁ ବିଭିନ୍ନ ପ୍ରକାର ଧମକଚମକ ଦେବା ସହିତ ଅଙ୍ଗନୱାଡି କାର୍ଯ୍ୟରୁ ବହାର କରିଦେବେକୁ ଧମକ ଦେଉ ଥିବା ଆଜି କୋରେଇ ଥାନାରେ ଅଭିଯୋଗ କରିଛନ୍ତି । ତେବେ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିବା ସହିତ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ମହିଳା ଜଣଙ୍କ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!