Masthead

ଖୁବଶୀଘ୍ର ମ୍ୟାରେଜ୍ କରିବେ ଅଙ୍କିତା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଟେଲିଭିଜନ ଜଗତର ଜଣେ ପପୁଲାର ହିରୋଇନ ହେଉଛନ୍ତି ଅଙ୍କିତା ଲୋଖଣ୍ଡେ । ଛୋଟ ପରଦାରୁ ନିଜ କ୍ୟାରିୟର ଆରମ୍ଭ କରି ସେ ଏବେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ତାଙ୍କ ଅଭିନିତ ଟେଲିଭିଜନ ସୋ’ ପବିତ୍ର ରିସ୍ତାର ବିଗ୍ ସକ୍ସସେସ୍ ପରେ ଏବେ ସେ ଏହାର ସେକେଣ୍ଡ ପାର୍ଟରେ ମଧ୍ୟ ନଜର ଆସୁଛନ୍ତି । ତେବେ ଶୁସାନ୍ତ ସିଂଙ୍କ ଡେଥ୍ ପରେ କିଛି ଦିନ ପର୍ଯ୍ୟନ୍ତ ବି ଟାଉନରେ କାଫି ଚର୍ଚ୍ଚାରେ ରହିଥିଲେ ଅଙ୍କିତା । ଏହା ବ୍ୟତୀତ ନିଜ ପ୍ରଫେଶନାଲ ଓ ପର୍ଶନାଲ ଲାଇଫ ପାଇଁ ମଧ୍ୟ ସେ ଅନେକ ସମୟରେ ଲାଇମ୍ ଲାଇଟରେ ରୁହନ୍ତି ।

ତେବେ ନିକଟରେ ତାଙ୍କ ପର୍ଶନାଲ ଲାଇଫକୁ ନେଇ କିଛି ଖାସ ଖବର ଶୁଣିବାକୁ ମିଳିଛି । ଗତ କିଛି ବର୍ଷ ଧରି ବିଜନେସ୍ ମ୍ୟାନ ଭିକି ଜୈନ୍ ଡେଟ କରୁଛନ୍ତି ଅଙ୍କିତା । ଏବେ ଶୁଣିବାକୁ ମିଳିଛି ଯେ ସେ ଖୁବ୍ ଶୀଘ୍ର ଭିକିଙ୍କୁ ମ୍ୟାରେଜ୍ କରିବାକୁ ଯାଉଛନ୍ତି । ରିସେଣ୍ଟଲି ଏକ ସାକ୍ଷାତକାରରେ ଏହି କଥାକୁ ସ୍ୱୀକାର କରିଛନ୍ତି ଅଙ୍କିତା । କହିବାକୁ ଗଲେ ପବିତ୍ର ରିସ୍ତା ୨.୦ର ଲିଡ ଆକ୍ଟର ଶହିର ଶେଖ୍ ଓ ତାଙ୍କ କୋ ଷ୍ଟାର ଅଙ୍କିତା ନିକଟରେ ଏକ ସାକ୍ଷାତକାରରେ ନଜର ଆସିଥିଲେ । ଏହି ସୋ’ରେ ଅଙ୍କିତାଙ୍କୁ ତାଙ୍କ ମ୍ୟାରେଜ ବିଷୟରେ ଅନେକ ପ୍ରଶ୍ନ ପଚରା ଯାଇଥିଲା । ପ୍ରଥମେ ସେ ନିଜ ମ୍ୟାରେଜକୁ ନେଇ କୌଣସି କଥା ଖୁଲାସା କରୁନଥିବା ବେଳେ କୋ ଷ୍ଟାର ସାହିର କିନ୍ତୁ ଏ ନେଇ ଫ୍ୟାନ୍ସଙ୍କୁ ଜଣାଇଥିଲେ ।

ତେବେ ଅଙ୍କିତା କହିଥିଲେ ଯେ ଫେବୃଆରୀରୁ ସେ କିଛି ନୂଆ ଆରମ୍ଭ କରିବାକୁ ଯାଉଛନ୍ତି । ସେ ତାଙ୍କ ବିବାହ ପାଇଁ ମଧ୍ୟ ବେଶ୍ ଏକ୍ସାଇଟେଟ୍ ଅଛନ୍ତି ଯାହାକି ଖୁବ୍ଶୀଘ୍ର ଘଟବାକୁ ଯାଉଛି । ଜୟପୁର, ଯୋଧପୁର ରାଜସ୍ଥାନର ଟ୍ରାଡିଶନାଲ ୱଡିଂ ତାଙ୍କୁ ବେଶ୍ ପସନ୍ଦ ।ଏବଂ ସେ ତାଙ୍କ ବିବାହ ପାଇଁ ସେପରି କିଛି ଯୋଜନା କରିଛନ୍ତି । ପୂର୍ବରୁ ମଧ୍ୟ ଅଙ୍କିତା ଭିକିଙ୍କ ସହ ଖୁବ୍ ଶୀଘ୍ର ମ୍ୟାରେଜ କରିବାକୁ ପ୍ଲାନ୍ କରିବେ ବୋଲି ଫ୍ୟାନ୍ସ ମାନଙ୍କୁ ଜଣାଇଥିଲେ । ବର୍ତ୍ତମାନ ତାଙ୍କ ଅଫିସିଆଲି ମ୍ୟାରେଜ ହିଁ ଦେଖିବାକୁ ବାକି ରହିଲା । ସୁଚନା ଅନୁସାରେ ଟିଭି ଇଣ୍ଡଷ୍ଟ୍ରିର ପପୁଲାର ଆକ୍ଟ୍ରେସ ଅଙ୍କିତା ସୁଶାନ୍ତ ସିଂ ରାଜପୁତଙ୍କ ସହ ବ୍ରେକ୍ ଅପ୍ ପରେ ବିକି ଜୈନ୍ଙ୍କ ସହ ରିଲେସନ୍ଶିପ୍ରେ ରହିଛନ୍ତି । ଦୁହେଁ ଅନେକ ସମୟରେ ପ୍ରାୟ ଏକାଠି ନଜର ଆସନ୍ତି । ସୋସିଆଲ ମିଡିଆରେ ବି ଦୁହିଁଙ୍କର ଅନେକ ଫଟୋ ଭାଇରାଲ ହୋଇଥାଏ । ତେବେ ଏହି ଷ୍ଟାର କପଲ କେବେ ଏକାଠି ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ