Masthead

ଉତ୍ତରାଖଣ୍ଡ କଂଗ୍ରେସରେ ବଡ଼ ପରିବର୍ତ୍ତନ

ଡେରାଡୁନ(ବଡ଼ ଖବର ବ୍ୟୁରୋ): ଉତ୍ତରାଖଣ୍ଡରେ ହେବାକୁ ଯାଉଛି ୨୦୨୨ରେ ବିଧାନସଭା ନିର୍ବାଚନ । ଏହାକୁ ନଜରରେ ରଖି ଉତ୍ତରାଖଣ୍ଡରେ ଏବେ ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି । ତେବେ ବିଭିନ୍ନ ରାଜନୈତିକ ରଣନୀତି ଆପଣାଉଥିବା ବେଳେ କଂଗ୍ରେସ ମଧ୍ୟ ସଂଗଠନକୁ ମଜବୁତ କରିବାର ପ୍ରୟାସ ଜାରି ରହିଛି । ସଂଗଠନରେ ପରିବର୍ତ୍ତନ କରି ଉତ୍ତରାଖଣ୍ଡ କଂଗ୍ରେସ ଗଣେଷ ଗୋଦାଲିଆଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ କରିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରୀଶ ରାୱତଙ୍କୁ ନିର୍ବାଚନ ପ୍ରଚାର କମିଟିର ମୁଖ୍ୟ ଭାବେ ନିଯୁକ୍ତ କରିଛି ଏଆଇସିସି । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରୀତମ ସିଂହଙ୍କୁ ବିଧାୟକ ଦଳ ନେତା ନିଯୁକ୍ତ କରିଛନ୍ତି ଯିଏକି ପୂର୍ବରୁ ପିସିସି ସଭାପତି ଥିଲେ। ଦଳ ୭୨ ବର୍ଷୀୟ ହରୀଶ ରାଓ୍ବତଙ୍କୁ ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ନିଯୁକ୍ତ କରିବା ସହ ତାଙ୍କର ନିକଟତର ଗୋଦିଆଲଙ୍କୁ ପିସିସି ମୁଖିଆ କରାଇଛି।

କଂଗ୍ରେସ ଗୋଦିଆଲଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ କରିଥିବା ବେଳେ ଜିତ ରାମ, ଭୁବନ କାପଡ଼ି, ତିଲକ ରାଜ ବେହଡ ଏବଂ ରଞ୍ଜିତ ରାଓ୍ବତଙ୍କୁ ଉତ୍ତରାଖଣ୍ଡର କାର୍ୟ୍ୟକାରୀ ଅଧ୍ୟକ୍ଷ ଭରବେ ଦାୟିତ୍ବ ଦେଇଛି । ଆର୍ୟ୍ୟନ୍ଦ୍ର ଶର୍ମାଙ୍କୁ ଉତ୍ତରାଖଣ୍ଡ କଂଗ୍ରେସର କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଥିବା ବେଳେ ପ୍ରଦୀପ ଟମ୍ଟାଙ୍କୁ ନିର୍ବାଚନ ପ୍ରଚାର କମିଟିରେ ଉପାଧ୍ୟକ୍ଷ ଏବଂ ଦିନେଶ ଅଗ୍ରଓ୍ବାଲଙ୍କୁ ଏହାର ସଂଯୋଜକ ଦାୟିତ୍ବ ମିଳିଥିବା ଜଣାପଡ଼ିଛି। ଏହା ସହ ବରିଷ୍ଠ ନେତାଙ୍କୁ ନେଇ ଉତ୍ତରାଖଣ୍ଡ କଂଗ୍ରେସରେ ବିଭିନ୍ନ କମିଟି ଗଠନ କରିଛି ଦଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ