Masthead

ବାପା ହେଲେ ଶାହିର ଶେଖ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଟିଭିର ଲୋକପ୍ରିୟ ଅଭିନେତା ଶାହିର ଶେଖ ଏବେଂ ପତ୍ନୀ ରୁଚିକା କପୁରଙ୍କ ଘରକୁ ଆସିଛି ଖୁସି ଖବର । ଉଭୟ ହୋଇଛନ୍ତି ପିତାମାତା । ଶୁକ୍ରବାର ରୁଚିକା କପୁର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ସେଥିପାଇଁ ଏବେ ଟିଭି ଅଭିନେତା ଶାହିର ଶେଖଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ଏ ନେଇ ଶାହିର ନିଜେ କୌଣସି ଅଫିସିଆଲି ସୂଚନା ଦେଇନଥିଲେ ବି ମିଡିଆ ରିପୋର୍ଟ ଅନୁଯାୟୀ ସେପ୍ଟମ୍ବର ୧୦ରେ ରୁଚିକା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ।

କିଛି ଦିନ ପୂର୍ବରୁ ଶାହିର ଏବଂ ରୁଚିକା ସୋସିଆଲ ମିଡିଆରେ ବେବି ସାୱାରର ଫଟୋ ସେୟାର କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଖୁବଶୀଘ୍ର ତାଙ୍କ ଘରକୁ ଏକ ଛୋଟ ଅତିଥି ଆସିବାକୁ ଯାଉଛନ୍ତି । ସେବେଠାରୁ ହିଁ ତାଙ୍କ ପାଖକୁ ଫ୍ୟାନ୍ସ ମାନଙ୍କର ଅଭିନନ୍ଦନ ଆସିବା ଆରମ୍ଭ ହୋଇ ଯାଇଥିଲା । ନିଜ ଫ୍ୟାମିଲି ମେମ୍ବରଙ୍କ ସହ ଟିଭି ଇଣ୍ଡଷ୍ଟ୍ରିର ଅନେକ ଲୋକ ଯୋଗ ଦେଇଥିଲେ ଏହି ବେବି ସାୱାରରେ । ଏକତା କପୁରଙ୍କ ଠାରୁ ଆରମ୍ଭ କରି କ୍ରିଷ୍ଟଲ ଡିସୁଜା, ରିଦ୍ଧି ଡୋଗ୍ରା ଆଦି ଅନେକ ସେଲିବ୍ରିଟିଙ୍କୁ ଶାହିର ଶେଖଙ୍କ ଘରେ ଦେଖିବାକୁ ମିଳିଥିଲା ।

ତେବେ ଶାହିର ଏବଂ ରୁଚିକା ଗତ ବର୍ଷ ନଭେମ୍ବରରେ ମାସରେ କୋର୍ଟ ମ୍ୟାରେଜ କରିଥିଲେ । ଏହା ସହ ଉଭୟ ଏକ ପ୍ରାଇଭେଟ ପାର୍ଟି ମଧ୍ୟ ଦେଇଥିଲେ, ଯେଉଁଥିରେ ଅନେକ ବଡ ବଡ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା । ତେବେ ଦୁହିଙ୍କର ଅନେକ ସମୟରେ କିଛି ସୁନ୍ଦର ଫଟୋ ଭାଇରାଲ ହୁଏ ସୋସିଆଲ ମିଡିଆରେ । ଫ୍ୟାନ୍ସମାନେ ଏହି ଯୋଡିକୁ ବେଶ୍ ପସନ୍ଦ ମଧ୍ୟ କରିନ୍ତି । ସୋସିଆଲ ମିଡିଆରେ ବି ଦୁହେଁ ବେଶ୍ ଆକ୍ଟିଭ । ସେଥିପାଇଁ ଶାହିରଙ୍କ ସହ ରୁଚିକାଙ୍କର ବି କାଫି ଫ୍ୟାନ୍ ଫଲୋଇଙ୍ଗ ଦେଖିବାକୁ ମିଳେ । ତେବେ ଶାହିରଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିଲେ ରିସେଣ୍ଟଲି ତାଙ୍କର ଏକ ଆଲବମ୍ ସଙ୍ଗ ‘ବାରିଶ’ ରିଲିଜ ହୋଇଥିଲା । ଯାହାକି ଅନେକ ଦିନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଥିଲା । ଦର୍ଶକ ଏହାକୁ କାଫି ପସନ୍ଦ କରିବା ସହିତ ୟୁଟ୍ୟୁବରେ ମିଲିୟନ ମିଲିୟନ ଭିୟ୍ୟୁ ଛୁଇଁଥିଲା ଏହି ସଙ୍ଗ୍ । ଏହା ବ୍ୟତୀତ ବର୍ତ୍ତମାନ ଶାହିରଙ୍କୁ ପପୁଲାର ଟିଭି ସିରିୟଲ ପବିତ୍ର ରିସ୍ତା ୨.୦ରେ ମଧ୍ୟ ଦେଖିବାକୁ ମିଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ