Masthead

ମିଆଁମାରରେ ପୁଣି ହିଂସାକାଣ୍ଡ

ନୂଆଦିଲ୍ଲୀ(ବଡ଼ ଖବର ରବ୍ୟୁରୋ):     ମିଆଁମାରରେ ସେନା ଓ ନାଗରିକଙ୍କ ମଧ୍ୟରେ ଆରମ୍ଭ ହୋଇଛି ସଂଘର୍ଷ । ବଢିଚାଲିଛି ହିଂସା । ଶାସନ ପରିବର୍ତ୍ତେ ସେଠାରେ ଅଶାନ୍ତି ଲାଗିରହିଛି । ୧୦୦ ରୁ ଅଧିକ ନାଗରିକ ଭାରତ ସାମା ଡେଇଁ ମିଜୋରାମରେ ପ୍ରବେଶ କରିଥିବା ନେଇ ମିଜୋରାମ ସରକାର ସୂଚନା ଦେଇଛନ୍ତି । ତେବେ ମିଜୋରାମର ଗୃହ ମନ୍ତ୍ରୀ ଲାଲ ଚମଲିୟାନ କହିଛନ୍ତି, ଗତ କିଛିଦିନ ଭିତରେ ଶତାଧିକ ମିଆଁମାର ନାଗରିକ ମିଜୋରାମରେ ପ୍ରବେଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ମୁଁ ପ୍ରକୃତ ସଂଖ୍ୟା ଜାଣିନାହିଁ କାରଣ ମୁଁ କ୍ୱାରେଣ୍ଟାଇନରେ ଅଛି ।

ସୂଚନା ଅନୁସାରେ ମିଆଁମାର ଅଞ୍ଚଳରେ ସେନା ଓ ନାଗରିକଙ୍କ ମଧ୍ୟରେ ବଡଧରଣର ସଂଘର୍ଷ ଚାଲିଛି । ତେବେ ସେଥିପାଇଁ ମିଆଁମାରର ହଜାର ହଜାର ନାଗରିକ ମିଜୋରାମରେ ପ୍ରବେଶ କରିଛନ୍ତି ।

ଏପଟେ ମିଜୋରାମର ମୁଖ୍ୟ ଶାସନ ସଚିବ ଲାଲନନମାୱିଆ ଶୁଆଙ୍ଗୋ କହିଛନ୍ତି, ନିକଟ ଅତୀତରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବଡଧରଣର ସଂଘର୍ଷ ହୋଇଥିଲା । ତେବେ ଏହି କାରଣରୁ ମିଆଁମାର ନାଗରିକ ମିଜୋରାମରେ ପ୍ରବେଶ କରୁଛନ୍ତି । ମିଆଁମାରରେ ହିଂସାକାଣ୍ଡ ନେଇ ମିଜୋରାମରେ ଶରଣ ନେଉଛନ୍ତି ସେମାନେ । ରିପୋର୍ଟ ଅନୁଯାୟୀ ଜୁଲାଇ ପରେ ହୋଇଥିବା ଏହା ସବୁଠାରୁ ଭୟଙ୍କର ସଂଘର୍ଷ । ଏଥିରେ ଅନେକ ଯୁବକଙ୍କ ସମେତ ୧୫ରୁ ୨୦ ଗ୍ରାମବାସୀ ପ୍ରାଣ ହରାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ