Masthead

ମମତାଙ୍କ ନାମାଙ୍କନ ବାତିଲ ହେବ କି !

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ଉପନିର୍ବାଚନକୁ ନେଇ ସାରା ଦେଶରେ ଢେର ଉତ୍କଣ୍ଠା ଭରିରହିଛି । ଖାସକରି ମମତା ବାନାର୍ଜୀଙ୍କ ଉପରେ ସମସ୍ତଙ୍କର ନଜର ରହିଛି । କାହିଁକିନା ତାଙ୍କ ନିର୍ବାଚନର ଫଳାଫଳ ହିଁ ତାଙ୍କର ମୁଖ୍ୟମନ୍ତ୍ରୀ ପଦ ରହିବ କି ନାହିଁ ତାହା ସ୍ପଷ୍ଟ କରିବ । ଅର୍ଥାତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିବାକୁ ହେଲେ ତାଙ୍କ ପାରମ୍ପାରିକ ଭବାନୀପୁର ଆସନରୁ ଜିତିବା ଆବଶ୍ୟକ । ଯଦି ବିଧାୟକ ହେବାରେ ମମତା ବିଫଳ ହୁଅନ୍ତି, ତାହାଲେ ସେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ଏନେଇ ମମତା ଜୋରଦାର ପ୍ରଚାର ଆରମ୍ଭ କରିଦେଇଥିବାର ଦେଖିବାକୁ ମିଳିଛି । ହେଲେ ରାଜ୍ୟର ଅନ୍ୟ ବିରୋଧୀ ଦଳ ମମତାଙ୍କ ବିରୁଦ୍ଧରେ ତାଙ୍କ ପ୍ରାର୍ଥୀ ଦେଇନଥିବା ବେଳେ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି ।

କେବଳ ଏତିକି ନୁହେଁ ବରଂ ମମତାଙ୍କ ବିରୋଧରେ କଡ଼ା ଟକ୍କର ଦେବା ସହ ମମତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ବିଜେପି ଉଦ୍ୟମ କରୁଥିବାର ସୂଚନା ମିଳିଛି । ଏହା ମଧ୍ୟରେ ଜଣେ ବିଜେପି ଏଜେଣ୍ଟ ମମତାଙ୍କ ନାମାଙ୍କନ ବାତିଲ କରିବାକୁ ନିର୍ବାଚନ ଆୟୋଗ ନିକଟରେ ଦାବି କରିଛନ୍ତି । ତେବେ ମମତା ଦାଖଲ କରିଥିବା ଆଫିଡେଭିଟରେ ତାଙ୍କ ବିରୋଧରେ ଥିବା ପାଞ୍ଚଟି ବିଚାରଧୀନ ଅପରାଧିକ ମାମଲା ଉଲ୍ଲେଖ କରାଯାଇ ନାହିଁ । ଏହା ସହ ତାଙ୍କ ବିରୋଧରେ କେଉଁଠି ମାମଲା ପଞ୍ଜୀକୃତ ହୋଇଛି ତାହା ମଧ୍ୟ କାହାକୁ ଜଣା ନାହିଁ । ତେଣୁ ବିଜେପି ଏଜେଣ୍ଟ ସର୍ଜଲ ଘୋଷ ମମତାଙ୍କ ବିରୋଧରେ ନିର୍ବାଚନ କମିଶନରଙ୍କ ନିକଟକୁ ଚିଠି ଲେଖି ତାଙ୍କ ନାମାଙ୍କନ ବାତିଲ କରାଯାଉ ବୋଲି ଦାବି କରିଛନ୍ତି । ଏହା ଛଡ଼ା ଆସାମର ଭିନ୍ନ ଭିନ୍ନ ସ୍ଥାନଗୁଡ଼ିକରେ ମମତାଙ୍କ ବିରୋଧରେ ପାଞ୍ଚଟା ମାମଲା ରୁଜୁ ହୋଇଥିଲା । ଏପରିକି ନିର୍ବାଚନ ପୂର୍ବରୁ ମଧ୍ୟ ଏହି ମାମଲାଗୁଡ଼ିକ ମଧ୍ୟରୁ କେତେକ ପଞ୍ଜୀକୃତ ହୋଇଥିଲା । ତେବେ ଏଇଠି ପ୍ରଶ୍ନ ଉଠୁଛି ଯେ କାହିଁକି ଏ ସବୁ ମମତାଙ୍କ ଆଫିଡେଭିଟରେ ଉଲ୍ଲେଖ କରାଯାଇ ନାହିଁ ?

ଅପରପକ୍ଷରେ ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ଗତକାଲି ନାମାଙ୍କନ ଦାଖଲ କରିଥିବା ବେଳେ ମମତା ବାନାର୍ଜୀ ସେପ୍ଟେମ୍ବର ୧୦ ତାରିଖରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅନ୍ୟପଟେ ଭବାନୀପୁରରେ ମତଦାନ ସେପ୍ଟେମ୍ବର ୩୦ରେ ହେବାକୁ ଯାଉଛି । ଏବଂ ଏହାର ଫଳାଫଳ ଅକ୍ଟୋବର ୩ରେ ଘୋଷଣା କରାଯିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ