Masthead

ମମତାଙ୍କ ନାମାଙ୍କନ ବାତିଲ ହେବ କି !

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ଉପନିର୍ବାଚନକୁ ନେଇ ସାରା ଦେଶରେ ଢେର ଉତ୍କଣ୍ଠା ଭରିରହିଛି । ଖାସକରି ମମତା ବାନାର୍ଜୀଙ୍କ ଉପରେ ସମସ୍ତଙ୍କର ନଜର ରହିଛି । କାହିଁକିନା ତାଙ୍କ ନିର୍ବାଚନର ଫଳାଫଳ ହିଁ ତାଙ୍କର ମୁଖ୍ୟମନ୍ତ୍ରୀ ପଦ ରହିବ କି ନାହିଁ ତାହା ସ୍ପଷ୍ଟ କରିବ । ଅର୍ଥାତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିବାକୁ ହେଲେ ତାଙ୍କ ପାରମ୍ପାରିକ ଭବାନୀପୁର ଆସନରୁ ଜିତିବା ଆବଶ୍ୟକ । ଯଦି ବିଧାୟକ ହେବାରେ ମମତା ବିଫଳ ହୁଅନ୍ତି, ତାହାଲେ ସେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ଏନେଇ ମମତା ଜୋରଦାର ପ୍ରଚାର ଆରମ୍ଭ କରିଦେଇଥିବାର ଦେଖିବାକୁ ମିଳିଛି । ହେଲେ ରାଜ୍ୟର ଅନ୍ୟ ବିରୋଧୀ ଦଳ ମମତାଙ୍କ ବିରୁଦ୍ଧରେ ତାଙ୍କ ପ୍ରାର୍ଥୀ ଦେଇନଥିବା ବେଳେ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି ।

କେବଳ ଏତିକି ନୁହେଁ ବରଂ ମମତାଙ୍କ ବିରୋଧରେ କଡ଼ା ଟକ୍କର ଦେବା ସହ ମମତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ବିଜେପି ଉଦ୍ୟମ କରୁଥିବାର ସୂଚନା ମିଳିଛି । ଏହା ମଧ୍ୟରେ ଜଣେ ବିଜେପି ଏଜେଣ୍ଟ ମମତାଙ୍କ ନାମାଙ୍କନ ବାତିଲ କରିବାକୁ ନିର୍ବାଚନ ଆୟୋଗ ନିକଟରେ ଦାବି କରିଛନ୍ତି । ତେବେ ମମତା ଦାଖଲ କରିଥିବା ଆଫିଡେଭିଟରେ ତାଙ୍କ ବିରୋଧରେ ଥିବା ପାଞ୍ଚଟି ବିଚାରଧୀନ ଅପରାଧିକ ମାମଲା ଉଲ୍ଲେଖ କରାଯାଇ ନାହିଁ । ଏହା ସହ ତାଙ୍କ ବିରୋଧରେ କେଉଁଠି ମାମଲା ପଞ୍ଜୀକୃତ ହୋଇଛି ତାହା ମଧ୍ୟ କାହାକୁ ଜଣା ନାହିଁ । ତେଣୁ ବିଜେପି ଏଜେଣ୍ଟ ସର୍ଜଲ ଘୋଷ ମମତାଙ୍କ ବିରୋଧରେ ନିର୍ବାଚନ କମିଶନରଙ୍କ ନିକଟକୁ ଚିଠି ଲେଖି ତାଙ୍କ ନାମାଙ୍କନ ବାତିଲ କରାଯାଉ ବୋଲି ଦାବି କରିଛନ୍ତି । ଏହା ଛଡ଼ା ଆସାମର ଭିନ୍ନ ଭିନ୍ନ ସ୍ଥାନଗୁଡ଼ିକରେ ମମତାଙ୍କ ବିରୋଧରେ ପାଞ୍ଚଟା ମାମଲା ରୁଜୁ ହୋଇଥିଲା । ଏପରିକି ନିର୍ବାଚନ ପୂର୍ବରୁ ମଧ୍ୟ ଏହି ମାମଲାଗୁଡ଼ିକ ମଧ୍ୟରୁ କେତେକ ପଞ୍ଜୀକୃତ ହୋଇଥିଲା । ତେବେ ଏଇଠି ପ୍ରଶ୍ନ ଉଠୁଛି ଯେ କାହିଁକି ଏ ସବୁ ମମତାଙ୍କ ଆଫିଡେଭିଟରେ ଉଲ୍ଲେଖ କରାଯାଇ ନାହିଁ ?

ଅପରପକ୍ଷରେ ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ଗତକାଲି ନାମାଙ୍କନ ଦାଖଲ କରିଥିବା ବେଳେ ମମତା ବାନାର୍ଜୀ ସେପ୍ଟେମ୍ବର ୧୦ ତାରିଖରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅନ୍ୟପଟେ ଭବାନୀପୁରରେ ମତଦାନ ସେପ୍ଟେମ୍ବର ୩୦ରେ ହେବାକୁ ଯାଉଛି । ଏବଂ ଏହାର ଫଳାଫଳ ଅକ୍ଟୋବର ୩ରେ ଘୋଷଣା କରାଯିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!