Masthead

‘ଦୋ ଘୁଣ୍ଟ୍’ରେ ସିଜିଲିଂ ଡ୍ୟାନ୍ସ କଲେ ନିଆ ଶର୍ମା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଟେଲିଭିଜନ ଜଗତର ପପୁଲାର ଅଭିନେତ୍ରୀ ନିଆ ଶର୍ମା ଏବେ ସୋସିଆଲ ମିଡିଆରେ କାଫି ଟ୍ରେଣ୍ଡ୍ କରୁଛନ୍ତି । ଅଭିନୟ ସହ ତାଙ୍କ ଦମଦାର ଡ୍ୟାନ୍ସର ଦିୱାନୀ ହୋଇ ଯାଇଛନ୍ତି ଦର୍ଶକ । ନିକଟରେ ରିଲିଜ ହୋଇଛି ନିଆ ଶର୍ମାଙ୍କର ଦମଦାର ସଙ୍ଗ ‘ଦୋ ଘୁଣ୍ଟ୍’ । ଯେଉଁଥିରେ ନିଆଙ୍କର ଧମାଲ ଦେଖିବାକୁ ମିଳିଛି । ୧୯୭୩ର ସୁପରହିଟ୍ ମୁଭି ‘ଝିଲ୍ କେ ଉସ୍ ପାର’ର ଏହି ସଙ୍ଗର ରିମେକ ଭର୍ସନ୍ ତିଆରି କରାଯାଇଛି । ଏଥିରେ ନିଆ ଶର୍ମାଙ୍କର ବୋଲ୍ଡ ଅନ୍ଦାଜ ଦେଖିବାକୁ ମିଳିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସଙ୍ଗଟି ସୋସିଆଲ ମିଡିଆରେ ବି ବେଶ୍ ଭାଇରାଲ ହୋଇ ସାରିଲାଣି । ଦର୍ଶକ ଏହି ଗୀତକୁ ବେଶ୍ ପସନ୍ଦ କରିବା ସହିତ ନିଆଙ୍କର ଜବରଦସ୍ତ ଡ୍ୟାନ୍ସକୁ ବେଶ୍ ଏନଜୟ କରୁଛନ୍ତି । ତେବେ ରିସେଣ୍ଟଲି ନିଆ ଶର୍ମାଙ୍କର ଏକ ଭିଡିଓ କାଫି ଟ୍ରେଣ୍ଡ କରୁଛି ସୋସିଆଲ ମିଡିଆରେ । ଦୋ ଘୁଣ୍ଟର ନିୟ୍ୟୁ ଭର୍ସନ ସଙ୍ଗରେ ନିଆ ଏକ କ୍ଲବରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ନିଆ ତାଙ୍କ ସୋସିଆଲ ମିଡିଆରେ ବି ପୋଷ୍ଟ କରିଛନ୍ତି । ଭିଡିଓରେ ନିଆ ଜବରଦସ୍ତ ଡ୍ୟାନ୍ସ କରିବା ସହ ସଙ୍ଗଟିବୁ ବେଶ ଏନଜୟ କରୁଛନ୍ତି । ଏହି ଭିଡିଓ ପୋଷ୍ଟ ପରେ ତାଙ୍କର ଅନେକ ଫ୍ୟାନ୍ସ ଢେର ସାରା କମେଣ୍ଟ ମଧ୍ୟ ଦେଇଛନ୍ତି ।

ତେବେ ଏମିତିରେ ବି ନିଆ ଶର୍ମା ସୋସିଆଲ ମିଡିଆରେ ଅନେକ ସମୟରେ ଟ୍ରେଣ୍ଡରେ ରୁହନ୍ତି । ତାଙ୍କ ଷ୍ଟାଇଲ, ଲୁକ୍, ଏବଂ ଫ୍ୟାସନେବଲ କଷ୍ଟ୍ୟୁମ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ନିଆ । ଟିଭି ଜଗତର ନାମୀ ଦାମୀ ଚେହାରଙ୍କ ଭିତରେ ନିଆଙ୍କ ନାମ ଆସିଥାଏ । ପ୍ରଥମେ ପପୁଲାର ସିରିୟଲ ‘ଏକ ହଜାରୋଁ ମେଁ ମେରି ବେହେନା ହୈ’ ରେ ତାଙ୍କ ଦମଦାର ଅଭିନୟ ଦେଖାଇ ସେ ଦର୍ଶକଙ୍କ ମନ କିଣିଥିଲେ । ପରେ ତାଙ୍କୁ ସୁପର ହିଟ ସିରିୟଲ ‘ଜମାଇ ରାଜା’ରେ ବି ଦେଖିବାକୁ ମିଳିଥିଲା । ଏଥିରେ ସେ ରବି ଦୂବେଙ୍କ ଅପୋଜିଟରେ ଏକ ଦମଦାର ଭୂମିକାରେ ଅଭିନୟ କରିଥିଲେ ।

ଏହା ବ୍ୟତୀତ ନିଆ ୨୦୧୭ ଏବଂ ୨୦୨୦ର ଫିଅର ଫ୍ୟାକ୍ଟର ଖତରୋଁକି ଖିଲାଡିରେ ବି ଭାଗ ନେଇଥିଲେ । ୨୦୧୭ରେ ସେ କେବେଳ ଏହି ସୋ ରେ ପ୍ରତିଯୋଗୀ ଥିବା ବେଳେ ୨୦୨୦ରେ ଏହି ସୋର ଟାଇଟେଲ ଜିତିଥିଲେ । ତେବେ ବର୍ତ୍ତମାନ ଟିଭି ଜଗତର ଜଣେ ପପୁଲାର ଚେହେରା ହେଉଛନ୍ତି ନିଆ ଶର୍ମା । ଖୁବଶୀଘ୍ର ନିଆଙ୍କର କିଛି ୱବ୍ ସିରିଜ ମଧ୍ୟ ରିଲିଜ ହେବ ଯାହାର ସୁଟିଂରେ ସେ ଏବେ ବ୍ୟସ୍ତ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼