Masthead

ବର୍ଷାରେ ବୁଡ଼ିଛି ୧୧୧ ବ୍ଲକ; ୩୦୭୪ ଗାଁ ପ୍ରଭାବିତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାରା ରାଜ୍ୟରେ ଲଗାତର ତିନି ଦିନ ଧରି ପ୍ରବଳ ବର୍ଷା ହୋଇଛି । ବର୍ଷା ଫଳରେ ଅନେକ କ୍ଷୟକ୍ଷତି ହୋଇଥିବାର କଥା ସାମ୍ନାକୁ ଆସିଥିଲା । ମାତ୍ର ତିନି ଦିନ ବର୍ଷାରେ ସାରା ରାଜ୍ୟକୁ ଉଜାଡି ଦେଇଥିଲା ବର୍ଷା । ତେବେ ରାଜ୍ୟରେ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟକୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରକାଶ କରିଛନ୍ତି । ଲଘୁଚାପ ଜନିତ ବର୍ଷାରେ ୨୦ଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ୨୦ ଲକ୍ଷ ୪୬ ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ୧୩ ହଜାର ୫୩୪ ଜଣଙ୍କୁ ସ୍ତାନାନ୍ତର କରାଯାଇଛି । ଏହା ସହ ରାଜ୍ୟର ୧୧୧ଟି ବ୍ଲକରେ ଅଧିକ ବର୍ଷା ହେଉଥିବା ବେଳେ ମୋଟ ୩୦୭୪ ଗ୍ରାମ ପ୍ରଭାବିତ ହୋଇଛି । ୨୮୭୦ଟି ଘର ଭାଙ୍ଗି ଯାଇଛି । କାନ୍ଥ ପଡ଼ି କେନ୍ଦ୍ରାପଡ଼ାରେ ୨ ଜଣ ଓ ଗଞ୍ଜାମରେ ଜଣେ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଜଣେ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି ।

ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାର ସର୍ବାଧିକ ୧୦ଟି ଲେଖାଏଁ ବ୍ଲକ ପ୍ରଭାବିତ ହୋଇଥିବାବେଳେ ଜଗତସିଂହପୁର ଜିଲ୍ଲାର ସର୍ବାଧିକ ୧୩୨୧ଟି ଗାଁ ବର୍ଷା ଜଳଘେରରେ ରହିଛି । କେନ୍ଦ୍ରାପଡ଼ାରେ ୮୧୧ଟି ଓ ଯାଜପୁର ଜିଲ୍ଲାରେ ୫୧୫ଟି ଗାଁ ଜଳବନ୍ଦୀ ରହିଛି । ଜଗତସିଂହପୁର ଜିଲ୍ଲାର ମୋଟ ୧୧ ଲକ୍ଷ ୩୬ ହଜାର ୯୭୧ ଜଣ ଓ କେନ୍ଦ୍ରାପଡା ଜିଲ୍ଲାର ମୋଟ ୭ ଲକ୍ଷ ୭୯ ହଜାର ଲୋକ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ସେହିପରି ପୁରୀ ଜିଲ୍ଲାର ୩୪୬୧ ଜଣ, ଜଗତସିଂହପୁର ଜିଲ୍ଲାର ୩୫୬୪, କେନ୍ଦ୍ରପଡ଼ା ଜିଲ୍ଲାର ୫୩୨ ଜଣ, କଟକ ଜିଲ୍ଲାର ୫୬୮୩ ଜଣ, ଢେଙ୍କାନାଳ ଜିଲ୍ଲାର ୨୨୦ ଜଣ ଓ କନ୍ଧମାଳ ଜିଲ୍ଲାର ୨୪ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଲଗାଣ ବର୍ଷା ଯୋଗୁଁ ଅଧିକାଂଶ ଜିଲ୍ଲାରେ ଗମନାଗମନ ପ୍ରଭାବିତ ହୋଇଛି । ଜଗତସିଂହପୁର ଜିଲ୍ଲାରେ ୬୧ ହଜାର ୯୧୪ ହେକ୍ଟର ଜମିରେ ଫସଲ ପ୍ରଭାବିତ ହୋଇଛି । ଏହି ସମସ୍ତ ୨୦ ଜିଲ୍ଲାର ପ୍ରାୟ ୧ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ପାଣି ପଶିଯାଇଥିବାରୁ ଫସଲ ନଷ୍ଟ ହୋଇଥିବାର ପ୍ରାରମ୍ଭିକ ଆକଳନରୁ ଜଣାପଡିଛି । ଅନ୍ୟପଟେ ରାଜ୍ୟରେ ଦଶଟି ଜିଲ୍ଲାରେ କ୍ରମାଗତ ଭାବରେ ଅଧିକ ବର୍ଷା ହୋଇଥିଲା । ବୈଦ୍ଧରେ ସର୍ବାଧିକ ୩୬୧.୩ ମିମି ବର୍ଷା ହୋଇଛି ।

ସେହିପରି ଦ୍ୱିତୀୟରେ ପୁରୀ ଜିଲ୍ଲା ୩୫୯.୮ ବର୍ଷା ହୋଇଥିଲା । ଜଗତସିଂହପୁର, ସବର୍ଣ୍ଣପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର, ବରଗଡ଼, ଭଦ୍ରକ, ସମ୍ବଲପୁର, ନୂଆପଡ଼ା, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ ଭଳି ଜିଲ୍ଲା ଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି । ଅନ୍ୟପଟେ ଏପର୍ଯ୍ୟନ୍ତ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପଶିଯିବାରୁ ୧୩୫୩୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏହା ସହ ତାଳଚେରରେ ଆଜି ସର୍ବାଧିକ ବୃଷ୍ଟି ହୋଇଥିବା ବେଳେ ଦ୍ୱିତୀୟରେ ରହିଛି ବୌଦ୍ଧ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ