Masthead

ଦୁର୍ଘଟଣାରେ ଜୀବନ ହାରିଲେ ଖେଳ ଶିକ୍ଷକ

ବରୀ(ବଡ଼ ଖବର ବ୍ୟୁରୋ): ଗତ କାଲି ରାତି ୯ ଟା ସମୟରେ ବରୀ ବରୁଆଁ ମୁଖ୍ୟ ରାସ୍ତା ଗାନ୍ଧୀ ଛକ ନିକଟରେ ଘଟିଛି ମର୍ମନ୍ତୁଦସଡ଼କ ଦୁର୍ଘଟଣା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗାନ୍ଧୀ ଛକ ନିକଟ ପଣ୍ଡା ପୂଜା ଭଣ୍ଡାରକୁ ରାସ୍ତା ପାର ହୋଇ ଜଣେ ମହିଳା ଯାଉଥିବା ସମୟରେ ବରୀ ପଟୁ ଏକ ବାଇକ୍ ଦ୍ରୁତଗତିରେ ଆସି ମହିଳାକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ବାଇକ୍ ଆରୋହୀ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ହେଲମେଟ ପନ୍ଧି ନଥିବାରୁ ବାଇକ୍ ଆରୋହୀଙ୍କ ମୁଣ୍ଡରେ ଶକ୍ତ ଆଘାତ ହୋଇଥିବା ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ।

ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯଇଥିଲା । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ବାଇକ୍ ଚାଳକ ଜଣକ ଘର କେନ୍ଦ୍ରାପଡ଼ା ଜିଲ୍ଲା ଦୁଉରିଆ ଅଞ୍ଚଳ ଅଜୟ କୁମାର ବେହେରା ହୋଇଥିବାବେଳେ ସେ ବରୀ ବ୍ଲକ ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଭାବେ କାର‌୍ୟ୍ୟରତ ଅଛନ୍ତି । ଗୁରୁତର ଆହତ ମହିଳା ଜଣଙ୍କ ଅଟିରା ପଞ୍ଚାୟତ ଶ୍ରୀନିବାସ ନାୟକଙ୍କ ପତ୍ନୀ ସଂଯୁକ୍ତା ନାୟକ ୪୮ ବୋଲି ଜଣା ପଡିଛି। ସଂଯୁକ୍ତାଙ୍କ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ହୋଇଛି ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ତାଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡିଛି। ବରୀ ପୋଲିସ ପକ୍ଷରୁ ଏସ ଆଇ ଲକ୍ଷ୍ମୀପ୍ରିୟା ଦାସ ଘଟଣା ସ୍ଥଳରେ ପହଞ୍ଚି ବାଇକ୍ କୁ ଜବତ କରି ଥାନାକୁ ନେଇଥିବା ଜଣା ପଡ଼ିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ