Masthead

କୋଟିପତି ଅଙ୍ଗନୱାଡ଼ି ଦିଦି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କୋଟିପତି ଅଙ୍ଗନୱାଡ଼ି ଦିଦି। ପୁଳା ପୁଳା ଟଙ୍କା। ଆଲିସାନ କୋଠା। ବିଭିନ୍ନ ଜାଗାରେ ବଡ଼ ବଡ଼ ଵିଲଡିଙ୍ଗ। ବଡ଼ ବଡ଼ ଗାଡି। ଜଣେ ସାଧାରଣ ଅଙ୍ଗନୱାଡ଼ି ଦିଦି କଣ ଏତେ ସମ୍ପତ୍ତିର ଅଧିକାରୀ ହୋଇପାରେ। ତେବେ ଭିଜିଲାନ୍ସ ରେଡ ପରେ ଏସବୁର ହୋଇଛି ପର୍ଦ୍ଦାଫାସ। ଭୁବନେଶ୍ୱର କୋରଡକଣ୍ଟାର ଅଙ୍ଗନୱାଡ଼ି ଦିଦି କବିତା ମାଥଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳର ଅଭିଯୋଗ। ଏଭଳି ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ। ଏକାସଙ୍ଗରେ ୬ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ। ଭୁବନେଶ୍ୱର କେଶୁରା ଓ ଝାରପଡାରେ ୨ଟି ୩ ମହଲା ଘର। ଝାରପଡା ସ୍ଥିତ ଗୋଟିଏ ବିଲ୍ଡିଂ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ସ୍ଥିତ ପୈତୃକ ଘର ଓ ଜଗତସିଂହପୁର ବାଲିକୁଦା ସ୍ଥିତ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଚଢ଼ାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଥିବା ଜଣାପଡିଛି।

ଅଙ୍ଗନୱାଡ଼ି କର୍ମୀ କବିତା ମାଥଙ୍କ ନାଁରେ ବାରମ୍ବାର ଅଭିଯୋଗ ଆସୁଥିଲା। ଏହାପରେ ୱାରେଣ୍ଟ ଇସ୍ୟୁ କରାଯାଇ କବିତା ମାଥନଙ୍କ ଘରେ ଚଢାଉ କରାଯାଇଛି । ଚଢାଉ ଜାରି ରହିଥିବା ବେଳେ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ସମ୍ପତ୍ତିର ଆକଳନ ପରେ ସଠିକ୍ ତଥ୍ୟ ମିଳିପାରିବେ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ସବୁଠାରୁ ବଡ ପ୍ରଶ୍ନଟି ହେଉଛି , ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ପାଖରେ ଏତେ ଟଙ୍କାର ସମ୍ପତ୍ତି ଆସିଲା କେଉଁଠୁ ? ଏହାର ଖୋଳତାଡ଼ କରୁଛି ଭିଜିଲାନ୍ସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା