Masthead

ଆପ ସହ ବୈଠକ କରିବାର ଏହା ପରିଣାମ ନୁହେଁ ତ !

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସୋନୁ ସୁଦଙ୍କ ଘରେ ଆୟକର ବିଭାଗ ରେଡ଼ କରିଛି । ଆୟକର ବିଭାଗର ଗୋଟିଏ ଟିମ ସୋନୁଙ୍କ ଘରକୁ ଯାଇ ସର୍ଭେ କରିଥିବାର କଥା ସାମ୍ନାକୁ ଆସିଛି । ସୋନୁ ସୁଦଙ୍କ କମ୍ପାନୀ ଓ ଲକ୍ଷେ୍ନø ସ୍ଥିତ ରିଏଲଷ୍ଟେଟ ଫାର୍ମ ମଧ୍ୟରେ ହୋଇଥିବା ଏକ ଚୁକ୍ତି ସ୍କାନରରେ ରହିଛି ବୋଲି ସୂଚନା ମିଳିଛି । ଏହି ଚୁକ୍ତିରେ ଟିକସ ଫାଙ୍କିବା ଅଭିଯୋଗ ଉପରେ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ଆୟକର ବିଭାଗ ସୂତ୍ରରୁ ଜଣାପଡ଼ିଛି । ଅପରପକ୍ଷରେ କିଛିଦିନ ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅଭିନେତାଙ୍କ ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା । ଏହା ପରେ ରାଜଧାନୀର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ତାଙ୍କୁ ବ୍ରାଣ୍ଡ ଆମ୍ବାସେଡ଼ ଭାବେ ଘୋଷଣା କରାଯାଇଥିଲା ।

ଏହି ବୈଠକ ପରେ ସମସ୍ତେ ସୋନୁ ସୁଦ ରାଜନୀତିରେ ଡେବ୍ୟୁ କରିବେ ବୋଲି ଅନୁମାନ କରୁଥିଲେ । ହେଲେ ଏକଥାକୁ ସ୍ପଷ୍ଟ ମନା କରିଦେଇଥିଲେ ସୋନୁ ସୁଦ । ଅନ୍ୟପଟେ ସୋନୁ ସୁଦଙ୍କୁ କିଏ ବା ନ ଜାଣେ ! ନିଜର ପରୋପକାରିତା ପାଇଁ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସାରା ଦେଶ ମହାମାରୀ ସହ ଲଢୁଥିବାବେଳେ ଅସହାୟ ଶ୍ରମିକଙ୍କୁ ତାଙ୍କ ଘରେ ପହଞ୍ଚାଇ ଶ୍ରମିକମାନଙ୍କ ଭଗବାନ ପାଲଟିଥିଲେ ସୋନୁ ସୁଦ । ଏପରିକି ପ୍ରବାସୀମାନଙ୍କ ପାଇଁ ସେ ସ୍ୱତନ୍ତ୍ର ବିମାନ ଆୟୋଜନ କରି ତାଙ୍କୁ ଘରେ ପହଞ୍ଚାଇଥିଲେ । ଏପ୍ରିଲ-ମେ’ ମାସରେ ଯେତେବେଳେ କରୋନାର ଦ୍ୱିତୀୟ ଲୋହରୀ ବ୍ୟାପିପାରେ ଲାଗିଥିଲା ସେତେବେଳେ ସେ ଅମ୍ଳଜାନ ମଧ୍ୟ ଯୋଗାଇଥିଲେ । ଲକ୍ଷ ଲକ୍ଷ ଲୋକଙ୍କୁ ଘରେ ପହଞ୍ଚାଇବା କଥା ହେଉ କିମ୍ବା ଅମ୍ଳଜାନ ଯୋଗାଇ ରୋଗୀର ଜୀବନ ବଞ୍ଚାଇବା କଥା ହେଉ ସବୁଠାରେ ସୋନୁ ସୁଦଙ୍କ ନାମ ଆଗରେ ରହିଛି । ଯଦିଓ ସେ ରାଜନୀତିରେ କୌଣସି ଇଚ୍ଛା ଦେଖାଇ ନାହାଁନ୍ତି ।

ହେଲେ ଆପ ମୁଖ୍ୟଙ୍କ ସହ ସାକ୍ଷାତ ପରେ ସେ ରାଜନୀତିରେ ଡ଼େବ୍ୟୁ କରିବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ହେଲେ ଏପରି ଚିନ୍ତା କରିବା ଭୁଲ । କାହିଁକି କୌଣସି ବ୍ୟକ୍ତିତ୍ୱ କାହାକୁ ଭେଟି ପାରିବେ । କିନ୍ତୁ ଏଥିରେ ରାଜନୈତିକ ଆଙ୍ଗେଲ ଖୋଜିବା ଉଚିତ ନୁହେଁ ବୋଲି ଭାରତୀୟ ଜନତା ପାର୍ଟି କହିଛି । ଏଇଠି ପ୍ରଶ୍ନ ଉଠୁଛି ଦୀର୍ଘଦିନ ଧରି ସୋନୁଙ୍କ ଘରେ କାହିଁକି କୌଣସି ରେଡ଼ ପଡ଼ିନଥିଲା ? କଙ୍ଗନାଙ୍କ ପରି ତାଙ୍କର ରେଡ଼ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ତ? ଦୀର୍ଘ ଦିନର କମ୍ପାନୀ ଉପରେ କାହିଁକି ହଠାତ ନଜର ପଡ଼ିଲା? ନା’ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କଥା ସାମ୍ନାକୁ ଆସିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି! କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଯେତେବେଳେ ଶ୍ରମିକମାନଙ୍କ ଭଗବାନ ସାଜିଥିଲେ ସେତେବେଳେ କାହିଁକି ରେଡ଼ କରାଗଲା ନାହିଁ ? ଏପରି ଅନେକ କଥା ସାମ୍ନାକୁ ଆସୁଥିବାର ଦେଖିବାକୁ ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍