Masthead

ବଢୁଛି ମହାରାଷ୍ଟ୍ର ସଂକ୍ରମଣ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): କେରଳରେ କମିଲା ମହାରାଷ୍ଟ୍ରରେ ବଢିଲା । କରୋନା ସଂକ୍ରମଣ କେରଳରେ କମିବା ବେଳେ ଏବେ ମହାରାଷ୍ଟ୍ରରେ କାୟା ବିସ୍ତାର କରିବାରେ ଲାଗିଛି । ଗତକାଲି କେରଳ ସଂକ୍ରମଣ ଅନେକ ଦିନ ପରେ ୨୦ ହଜାର ତଳେ ରହିଥିଲା। କେରଳରେ ଦୈନିକ ପଜିଟିଭ ହାର ମଧ୍ୟ ୧୫ ପ୍ରତିଶତକୁ ଖସି ଆସିଛି। କିନ୍ତୁ ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ିଛି। ମଙ୍ଗଳବାର ମହାରାଷ୍ଟ୍ରରେ ୨୦ ପ୍ରତିଶତ ଅଧିକ ସଂକ୍ରମଣ ବୃଦ୍ଧି ହୋଇଛି।

ଟେଷ୍ଟିଂ ଅଧିକ ହୋଇଥିବାରୁ ସଂକ୍ରମଣ ମାମଲା ଅଧିକ ରହିଛି ବୋଲି କୁହାଯାଉଛି। ସୋମବାର ମହାରାଷ୍ଟ୍ରରେ ୨,୭୪୦ ନୂଆ ମାମଲା ଥିବାବେଳେ ମଙ୍ଗଳବାର ୩,୫୩୦ ମାମଲା ରହିଛି। ମୃତ୍ୟୁ ମଧ୍ୟ ୨୭ରୁ ୫୨କୁ ବୃଦ୍ଧି ପାଇଛି। ମୁମ୍ବାଇରେ ମଧ୍ୟ ସଂକ୍ରମଣ ବଢ଼ିଛି। ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୩୬୭ ମାମଲା ଚିହ୍ନଟ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ