Masthead

ବଢୁଛି ମହାରାଷ୍ଟ୍ର ସଂକ୍ରମଣ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): କେରଳରେ କମିଲା ମହାରାଷ୍ଟ୍ରରେ ବଢିଲା । କରୋନା ସଂକ୍ରମଣ କେରଳରେ କମିବା ବେଳେ ଏବେ ମହାରାଷ୍ଟ୍ରରେ କାୟା ବିସ୍ତାର କରିବାରେ ଲାଗିଛି । ଗତକାଲି କେରଳ ସଂକ୍ରମଣ ଅନେକ ଦିନ ପରେ ୨୦ ହଜାର ତଳେ ରହିଥିଲା। କେରଳରେ ଦୈନିକ ପଜିଟିଭ ହାର ମଧ୍ୟ ୧୫ ପ୍ରତିଶତକୁ ଖସି ଆସିଛି। କିନ୍ତୁ ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ିଛି। ମଙ୍ଗଳବାର ମହାରାଷ୍ଟ୍ରରେ ୨୦ ପ୍ରତିଶତ ଅଧିକ ସଂକ୍ରମଣ ବୃଦ୍ଧି ହୋଇଛି।

ଟେଷ୍ଟିଂ ଅଧିକ ହୋଇଥିବାରୁ ସଂକ୍ରମଣ ମାମଲା ଅଧିକ ରହିଛି ବୋଲି କୁହାଯାଉଛି। ସୋମବାର ମହାରାଷ୍ଟ୍ରରେ ୨,୭୪୦ ନୂଆ ମାମଲା ଥିବାବେଳେ ମଙ୍ଗଳବାର ୩,୫୩୦ ମାମଲା ରହିଛି। ମୃତ୍ୟୁ ମଧ୍ୟ ୨୭ରୁ ୫୨କୁ ବୃଦ୍ଧି ପାଇଛି। ମୁମ୍ବାଇରେ ମଧ୍ୟ ସଂକ୍ରମଣ ବଢ଼ିଛି। ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୩୬୭ ମାମଲା ଚିହ୍ନଟ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ