Masthead

ମହିଳା ବିରୋଧୀ ହିଂସାରେ ଓଡ଼ିଶା ଦ୍ୱିତୀୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମହାମାରୀ ବେଳେ ଦେଶରେ ବଢ଼ିଛି ୨୮% ଅପରାଧ । ୨୦୨୦ରେ ଦୈନିକ ୮୦ ହତ୍ୟାକାଣ୍ଡ ଘଟିଛି । ବଳାତ୍କାର, ଏସିଡ୍, ଆକ୍ରମଣ, ହତ୍ୟା, ଯୌତୁକ ନିର୍ଯାତନା, ଚାଲାଣ, ଅସଦାଚରଣ ବିରୋଧି ହିଂସା ଓଡ଼ିଶାରେ ବଢିଚାଲିଛି । ଏନସିଆରବି ରିପୋର୍ଟ ଅନୁସାରେ ଦେଶରେ ପୂର୍ବ ବର୍ଷ ତୁଳନାରେ ୮.୩% ମହିଳା ବିରୋଧି ଅପରାଧ ହ୍ରାସ ପାଇଛି ।

୨୦୧୯ରେ ୪ଲକ୍ଷ ୫ହଜାର ୩୨୬ ମାମଲା ରୁଜୁ ହୋଇଥିଲା । ୨୦୨୦ରେ ୩ଲକ୍ଷ ୭୧ହଜାର ୫୦୩ ହ୍ରାସ ପାଇଛି । ମାତ୍ର ପଶ୍ଚିମବଙ୍ଗ ଓ ଓଡ଼ିଶାରେ ୧୮ ପ୍ରତିଶତ ଓ ୯ପ୍ରତିଶତ ବୃଦ୍ଧି ପାଇଛି । ଓଡ଼ିଶାରେ ୨୦୧୯ରେ ୨୩ହଜାର ୧୮୩ ମହିଳା ବିରୋଧି ହିଂସା ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ୨୫ହଜାର ୪୮୯ ମାମଲା ରୁଜୁ ହୋଇଛି ।

ସେହିପରି ପଶ୍ଚିମବଙ୍ଗରେ ଯଥାକ୍ରମେ ୨୯,୮୫୯ ଏବଂ ୩୬,୪୩୯ଟି ମାମଲା ରୁଜୁ ହୋଇଛି । ସ୍ୱାମୀ କିମ୍ବା ସମ୍ପର୍କୀୟ ଦ୍ୱରା କ୍ରୁରତା ଅଭିଯୋଗରେ ଅଧିକାଂଶ ମାମଲା ରୁଜୁ ହୋଇଛି । ମହିଳାଙ୍କୁ ଦବାଇ ରଖିବାରେ ଉଦ୍ଦ୍ୟେଶରେ ଆକ୍ରମଣ , ଅପହରଣ ଏବଂ ବଳାତ୍କାର ଆଦି ପ୍ରମୁଖ ମାମଲା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼