ପାକିସ୍ତାନ କେତେ ଟଙ୍କାରେ କୋଭିଡ ଟିକା କିଣିବ ଜାଣନ୍ତି…

ଇସଲାମବାଦ (ବଡ଼ ଖବର): ପାକିସ୍ତାନର ଡ୍ରଗ୍ସ ନିୟନ୍ତ୍ରଣ ଆୟୋଗର ପ୍ରସ୍ତାବକୁ ଦେଶର କ୍ୟାବିନେଟ ମଂଜୁର କରିଛି । ଅତି ମୁଲ୍ୟବାନ କୋଭିଡ଼ ଟିକା କିଣିବା ପାଇଁ ଡ୍ରଗ ନିୟନ୍ତ୍ରଣ ଆୟୋଗ ପାକିସ୍ତାନ ସରକାରଙ୍କ ପ୍ରସ୍ତାବ ଦେଇଥିଲା । ଏହି ପ୍ରସ୍ତାବକୁ ସଂଘୀୟ କ୍ୟାବିନେଟ ମଂଜୁର ଦେଇଛି । ଋଷିଆ ନିର୍ମିତ ଭାକ୍ସିନକୁ ପାକିିସ୍ତାନ କିଣିବ । ପାକିସ୍ତାନ ଟଙ୍କାରେ ଏହି ୨ ଡ଼ୋଜ କରୋନା ଟିକାର ମୂଲ୍ୟ ୮୪୯୯ ଟଙ୍କା ।

ଏହା ସହ ଚୀନ ନିର୍ମିତ ଟିକାର ମୂଲ୍ୟ ୪୨୨୫ ଟଙ୍କା । ଋଷିଆ ଓ ଚାଇନା ନିର୍ମିତ ଟିକା କିଣିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ କ୍ୟାବିନେଟ ରବିବାର ମଂଜୁର କରିଛି । ବର୍ତ୍ତମାନ ପାକିସ୍ତାନରେ କୋଭିଡ଼ରେ ୩ୟ ଲହରୀ ଜାରୀ ରହିଛି । ପ୍ରତି ଦିନ ୩୪୦୦ ଶହରୁ ଅଧିକ ଲୋକେ ଆକ୍ରାନ୍ତ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୬୯ ନୂଆ ସଂକ୍ରମିତ ହୋଇଥିବାବେଳେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ ସଂଖ୍ୟା ୩୩,୦୭୦ ରହିଛି ।

ରବିବାର ସୁଧା ପଜେଟିଭ ରେସିଓ ୧.୪୩ ପ୍ରତିଶତ ରହିଛି । ସମଗ୍ର ପାକିସ୍ତାନରେ ୨୪୨୩ ଜଣ କରୋନା ଆକ୍ରାନ୍ତଙ୍କ ସ୍ଥିତି ସଂଗୀନ ଥିବା ସରକାରୀ ଭାବେ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!