Masthead

ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେଲା; ହେଲେ ଦଳରେ ବଢୁଛି ଅସନ୍ତୋଷ !

ଗାନ୍ଧିନଗର(ବଡ଼ ଖବର ବ୍ୟୁରୋ): ବହୁ କଳ୍ପନା ଜଳ୍ପନା ପରେ ଶେଷରେ ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ମନ୍ତ୍ରୀଙ୍କ ନାମ ସାମ୍ନାକୁ ଆସୁଥିଲା । ହେଲେ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଭୂପେନ୍ଦ୍ର ପଟେଲଙ୍କୁ ବଛା ଯାଇଥିଲା । ଏଖବର ସାମ୍ନାକୁ ଆସିବା ପରେ ପଦ ପାଇଁ ପ୍ରତିନ୍ଦ୍ୱତିତା କରୁଥିବା ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହାର ଉଦାହରଣ ହେଉଛନ୍ତି ଉପ-ମୁଖ୍ୟମନ୍ତ୍ରୀ ନୀତିଶ ପଟେଲ । ନାମ ଘୋଷଣା ପରେ ହିଁ ତାଙ୍କ ପାଖରେ ଦେଖାଦେଇଥିଲା ଅସନ୍ତୋଷ । କାହିଁକିନା ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ ନାମ ଅଧିକ ଚର୍ଚ୍ଚାରେ ଥିଲା । ଏନେଇ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କ ନାମରେ କ୍ୟାମ୍ପେନ ଆରମ୍ଭ ହୋଇଯାଇଥିଲା । ଏଥିରୁ ସ୍ପଷ୍ଟ ବାରି ହେଉଛି କି କିଛି ମନ୍ତ୍ରୀ ଏହାକୁ ସ୍ୱୀକାର କରିଥିବା ବେଳେ ଆଉ କିଛି ଏହାକୁ ସହଜରେ ହଜମ କରିପାରିନଥିଲେ ।

ତେବେ ଗୁଜରାଟରେ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତନ ପରେ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହକୁ ଘୁଞ୍ଚାଇ ଦିଆଯାଇଛି । କାରଣ ବର୍ତ୍ତମାନ କ୍ୟାବିନେଟରେ ମନ୍ତ୍ରୀ ଥିବା ପ୍ରାୟ ୯୦ ପ୍ରତିଶତଙ୍କୁ ହଟାଯାଇ ନୂଆ ମୁହଁଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି । ଏହା ସହ ମାତ୍ର ଜଣେ କିମ୍ବା ଦୁଇ ଜଣଙ୍କୁ ହିଁ ନୂତନ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବାର କଥା ସାମ୍ନାକୁ ଆସିଛି । ଯାହାଫଳରେ ଦଳରେ ଥିବା ବରିଷ୍ଠ ନେତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କେବଳ ଏତିକି ନୁହେଁ ବରଂ ଅସନ୍ତୋଷ ଥିବା ନେତାମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଘରକୁ ଯାଇ ବୈଠକ କରିଥିବାର କଥା ସାମ୍ନାକୁ ଆସିଛି । ଏବଂ ଏହି ବୈଠକରେ ନୂତନ ମନ୍ତ୍ରୀମଣ୍ଡଳର ପରିବର୍ତ୍ତନକୁ ବିରୋଧ କରିଥିବାର ସୂଚନା ମିଳିଛି । ଅନ୍ୟପଟେ ରାଜଭବନରେ ମଧ୍ୟ ନୂତନ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣକୁ ନେଇ ପୋଷ୍ଟର ସବୁ ଦେଖିବାକୁ ମିଳିଥିଲା । କିନ୍ତୁ ଏକଥା ସାମ୍ନାକୁ ଆସିବା ପରେ ଏହାକୁ ଉଠାଇ ଦିଆଯାଇଥିଲା । ସବୁଠାରୁ ରୋଚକ କଥାଟି ହେଉଛି ମନ୍ତ୍ରୀମଣ୍ଡଳର ଶପଥ ସମାରୋହକୁ ଘୁଞ୍ଚାଇବା ପଛରେ ମୁଖ୍ୟକାରଣ କଣ ତାହା ଦଳ କିମ୍ବା ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି । ଅନ୍ୟପଟେ ଯଦି ଆମେ ଦେଖିବା ତାହାଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ନେତାମାନଙ୍କ ପଦବୀ ଯାଇପାରେ । ବିଶେଷ କରି ଏତାଲିକାରେ ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ, ଭୂପେନ୍ଦ୍ର ସିଂହ, ଆରସୀ ଫାଲଦୁ ଏବଂ କୌଶଳ ପଟେଲ ଅଛନ୍ତି । ରୂପାଣିଙ୍କ କ୍ୟାବିନେଟରେ ନୀତିନ ପଟେଲ ଉପମୁଖ୍ୟମନ୍ତ୍ରୀ ସହ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ଦାୟିତ୍ୱରେ ଥିଲେ ।

ସେହିପରି ଭୂପେନ୍ଦ୍ର ସିଂହ ଶିକ୍ଷା ମନ୍ତ୍ରୀ, କୌଶଳ ପଟେଲ ରାଜସ୍ୱ ମନ୍ତ୍ରୀ ଥିଲେ । ତେବେ ନୂତନ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଏମାନଙ୍କ ନାମ ତାଲିକାରେ ନଥିବାର ଅନୁମାନ କରାଯାଉଛି । ଅନ୍ୟପଟେ କୋଲକାତା ନିର୍ବାଚନରେ ହାରିବା ପରେ ଭାରତୀୟ ଜନତା ପାର୍ଟି ସାରା ଦେଶରେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରୁଥିବାର ଦେଖିବାକୁ ମିଳିଛି । କେତେବେଳେ ଉତ୍ତରାଖଣ୍ଡରେ ତ ଆଉ କେତେବେଳେ କର୍ଣ୍ଣାଟକରେ । ତେବେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରାଯାଇଛି । କାହିଁକିନା ବିଜେପିର ବିଜୟ ପ୍ଲାନରେ ଅନଫିଟ ଥିଲେ ବିଜୟ । ତେଣୁ ରାଜ୍ୟରେ ପଟେଲ ସମୁଦାୟଙ୍କ ଠାରୁ ଭୋଟ ପାଇବା ଆଶାରେ ଭୂପେନ୍ଦ୍ର ପଟେଲଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଥିଲେ । ହେଲେ ଆରମ୍ଭରୁ ହିଁ ମନ୍ତ୍ରୀମଣ୍ଡଳରେ ଅସନ୍ତୋଷ ଦେଖାଦେବ ତାହା ବିଜେପି କେବେ ଆଶା କରିନଥିଲା । ବର୍ତ୍ତମାନ ଦେଖିବାର ବିଷୟ ବିଜେପିର ଦଳୀୟ କନ୍ଦଳ କେବେ ସମାପ୍ତ ହେଉଛି !

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା