ଓଡିଶାରେ ୩ ହଜାରରୁ ଅଧିକ ବ୍ୟାଙ୍କ୍ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଯୋଗୁଁ ପ୍ରାୟ ସମସ୍ତ କ୍ଷେତ୍ର ପ୍ରଭାବିତ ହୋଇଛି । ହସ୍ପିଟାଲଠୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍ ସେକ୍ଟର ସ୍ଥିତି ମଧ୍ୟ ଖରାପ । ଦେଶର ଅର୍ଥନୀତି ବହୁତଳକୁ ଖସିଥିବା ବେଳେ ଜୀବନଜୀବିକା ଧୀରେ ଧୀରେ ସ୍ୱଭାବିକ ହେବାରେ ଲାଗିଛି । ଅନ୍ୟପଟେ କରୋନା ସଂକ୍ରମଣ ଆହୁରି ବେଲଗାମ୍ ହୋଇଛି । କରୋନା ମହାମାରୀ ଯୋଗୁଁ ଓଡ଼ିଶାରେ ବ୍ୟାଙ୍କିଙ୍ଗ୍ ସେକ୍ଟର ବିଶେଷ ଭାବରେ ପ୍ରଭାବିତ ହୋଇଛି । ରାଜ୍ୟରେ ୩ ହଜାର ୬୬ ଜଣ ବ୍ୟାଙ୍କ କର୍ମଚାରୀ କରୋନାରେ ଆକ୍ରାନ୍ତ । ସେମାନଙ୍କ ସ୍ୱାବ ପରୀକ୍ଷାରୁ ପଜିଟିଭ ଥିବା ଜଣାଯାଇଛି । ଏହାସହ ୧୪ଜଣ କର୍ମଚାରୀଙ୍କ ଜୀବନ ନେଇସାରିଲାଣି ମହାମାରୀ କରୋନା ।

ରାଜ୍ୟ ବ୍ୟାଙ୍କ କର୍ମଚାରୀ କମିଟିର ଆବାହକ ଅରୂପାନନ୍ଦ ଜେନାଙ୍କ ସୂଚନା ଅନୁସାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ୯୬୮ଜଣ କର୍ମଚାରୀ କରୋନା ସଂକ୍ରମିତ । ଘରୋଇ ବ୍ୟାଙ୍କ କ୍ଷେତ୍ରରେ ଏକ୍ସିସ୍ ବ୍ୟାଙ୍କର ସର୍ବାଧିକ ୩୯୦ଜଣ କର୍ମଚାରୀଙ୍କ କରୋନା ପଜିଟିଭ ବାହାରିଥିବା ସେ କହିଛନ୍ତି । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ୩ଜଣ କର୍ମଚାରୀ କରୋନାରେ ଜୀବନ ହରାଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ