Masthead

ଅଖିଳେଶ ଯାଦବଙ୍କୁ ଗଣନା ଜଣା ନାହିଁ: ଯୋଗୀ

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ଆସନ୍ତା ବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ତା’ ପୂର୍ବରୁ ସରଗରମ ହେଉଛି ଜାତୀୟ ରାଜନୀତି । ୨୦୨୨ରେ ୟୁପିରେ ପୁଣି ବିଜେପି ହିଁ ବାଜିମାତ କରିବ ବୋଲି ଦୃଢ଼ୋକ୍ତି କରିଛନ୍ତି ଯୋଗୀ ଆଦିତ୍ୟନାଥ । ତେବେ ଦୀର୍ଘ ୩୫ ବର୍ଷ ମଧ୍ୟରେ କୌଣସି ରାଜନୈତିକ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଉତ୍ତର ପ୍ରଦେଶରେ ଶାସନ କରିପାରିନାହିଁ । ପ୍ରତି ୫ ବର୍ଷରେ ସରକାର ବଦଳୁଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ମୁଁ ନିଶ୍ଚିତ ଆସିବି । ମୁଁ ଏଠାରେ ରେକର୍ଡ ଭାଙ୍ଗିବାକୁ ରହିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ୩୫୦ରୁ କମ ଆସନ ପାଇବାର କୌଣସି ଆଶଙ୍କା ନାହିଁ ।

ସେପଟେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବି କହିଥିଲେ ଯେ, ତାଙ୍କ ଦଳ ୪୦୦ଟି ଆସନ ଜିତିବ । ଆଉ ଏଥିରେ ପ୍ରତିକ୍ରିୟା ଦେଇ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ଅଖିଳେଶ ଗଣତି ଜାଣି ନାହାଁନ୍ତି । ସେ ଭଲ ଭାବେ ଜଣିଛନ୍ତି କିଏ କ୍ଷମତାକୁ ଆସୁଛି । ବିଜେପି ସାଢେ ୪ ବର୍ଷ ମଧ୍ୟରେ ଯେଉଁ ସବୁ ବିକାଶ କରିଛି ତାହା ସପା, ବିଏସପି ଓ କଂଗ୍ରେସ ମିଳିତ ଭାବେ ମଧ୍ୟ କରିପାରିନାହିଁ । ସେ ଆହୁରି କହିଛନ୍ତି ଯେ ରାଷ୍ଟ୍ର ଧର୍ମ ସବୁବେଳେ ଗୁରୁତ୍ୱପୂର୍ଣ୍ଣ । ଜଣେ ସବୁବେଳେ ଦେଶ ପାଇଁ କାମ କରିବା ଉଚିତ୍ । ସରକାରଙ୍କ ସମସ୍ତ ଯୋଜନା ସବୁବେଳେ ସମସ୍ତଙ୍କୁ ଫାଇଦା ଦେବା ପାଇଁ ପ୍ରସ୍ତୁତ ରହିବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ