Masthead

ଆସିପାରିଲଲାନି ଆମ୍ବୁଲାନ୍ସ , ଖଟିଆରେ ବୁହା ହେଲେ ରୋଗୀ

କାଶିପୁର (ବଡ଼ ଖବର ବ୍ୟୁରୋ):ଗାଁ ଗାଁରେ ତିଆରି ହେବ ପକ୍କା ସଡକ । ଲୋକେ ପାଇବେ ସୁବିଧା ଏମିତି ଲକ୍ଷ୍ୟ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ବାସ୍ତବ ସ୍ଥତି କିନ୍ତୁ କିଛି ଅଲଗା । ଗ୍ରାମକୁ ପକ୍କା ସଡକ ନଥିବାରୁ ୩ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଡାଜୋର ପଞ୍ଚାୟତ ଡାଳଗୁମ୍ମା ଗ୍ରାମରେ । ସୂଚନା ଅନୁଯାୟୀ ଡାଳଗୁମ୍ମା ଗ୍ରାମର ମେଲୁ ମାଝି ଗୁରୁବାର ସକାଳୁ ତେନ୍ତୁଳି ତୋଳିବା ପାଇଁ ଘର ପାଖ ଗଛରେ ଚଢିଥିଲେ । ଅସାବଧାନତା କାରଣରୁ ଗଛରୁ ପଡି ଯାଇଥିଲେ ମେଲୁ । ଫଳରେ ତାଙ୍କ ବାମ ଗୋଡ ଭାଙ୍ଗି ଯିବା ସହ ଶରୀର ଅନ୍ୟ ଅଙ୍ଗରେ ଗଭୀର ଆଘାତ ଲାଗିଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ମେଲଲୁଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଫୋନ କକରିଥିଲେ । ୪୦ କିଲୋମିଟର କାଶୀପୁରରୁ ଆସିଥିବା ଆମ୍ବୁଲାନ୍ସ କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ୩କିମି ଦୂରରେ ଅଟକି ଯାଇଥିଲା । ନାଦୀ ନାଳ ପାହାଡ ଅତିକ୍ରମ କରିପାରି ନଥିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ଆସିଥିବା ଡ୍ରାଇଭର ଓ ଫାର୍ମାସିଷ୍ଟ ଗାଁରେ ପହଁଚି ପରିବାର ଲୋକଙ୍କ ସହାୟତାରେ ଏକ ଭାରା କରି ମେଲୁଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ନେଇଥିଲେ । ତେବେ ଡାଳଗୁମ୍ମାବାସୀଙ୍କ ପାଇଁ ଏହା କିଛି ନୂଆଁ କଥା ନୁହେଁ । ରାସ୍ତା ନଥିବାରୁ ଏମିତି ଅନେକ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା