ବର୍ଷା ପରେ ବନ୍ୟା ଭୟ

ଭୁବନେଶ୍ଵର( ବଡ଼ ଖବର ବ୍ୟୁରୋ): ବର୍ଷା ପରେ ବନ୍ୟା ଭୟ। ଶନିବାର ସନ୍ଧ୍ୟାରେ ୪ ଜିଲ୍ଲାରେ ଆସିପାରେ ବନ୍ୟା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୁଧବାର ଅପେକ୍ଷା ଆଜି ବୈତରଣୀ ଓ ବ୍ରାହ୍ଣଣୀ ସମେତ ବିଭିନ୍ନ ନଦୀର ଜଳସ୍ତର ବଢିଛି ତଳିଆ ଅଞ୍ଚଳ ଲୋକଙ୍କ ଛାତିରେ ଛନକା ପସିଲାଣି।

ବର୍ଷା ପରେ ବନ୍ୟା ଭୟ। ଶନିବାର ସନ୍ଧ୍ୟାରେ ୪ ଜିଲ୍ଲାରେ ଆସିପାରେ ବନ୍ୟା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୁଧବାର ଅପେକ୍ଷା ଆଜି ବୈତରଣୀ ଓ ବ୍ରାହ୍ଣଣୀ ସମେତ ବିଭିନ୍ନ ନଦୀର ଜଳସ୍ତର ବଢିଛି ତଳିଆ ଅଞ୍ଚଳ ଲୋକଙ୍କ ଛାତିରେ ଛନକା ପସିଲାଣି। ଛତିଶଗଡ଼ରେ ଲଗାଣ ବର୍ଷା ହେତୁ ବୁଧବାର ସୁଦ୍ଧା ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ୨୪ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଆଜି ଆଉ ୪ଟି ଗେଟ୍ ଖୋଲିଛି । ଏଥିସହ ଡ୍ୟାମର ସମୁଦାୟ ୨୮ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ ।  ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପକୂଳ ଜିଲ୍ଲାରେ ଅବଶ୍ୟକ ପଦକ୍ଷେପ ନିଆଯିବ।

ଅନ୍ୟପଟେ ପାଣିପାଗ ବିଭାଗ କହିଛି ୨୪ ଘଣ୍ଟାରେ ଓଡ଼ିଶାରେ ମୌସୁମୀ ପ୍ରବାହ ସକ୍ରିୟ ରହିଛି। ଏହାର ପ୍ରଭାବରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ସମ୍ଭାବ୍ୟ ବନ୍ୟା କୁ ଦୃଷ୍ଟି ରେ ରଖି ଉପକୂଳର୍ବୀ ଜିଲ୍ଲା ଗୁଡିକକୁ ଏନଡିଆରଫର ମୋଟ ୬ ଟିମ ପଠା ଯାଇଛି। କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ, ଭଦ୍ରକ ଓ ବାଲେଶ୍ୱରରେ ଗୋଟିଏ ଲେଖାଏଁ ଟିମ ମୁତୟନ ହୋଇଛନ୍ତି। ଆଉ ଦୁଇଟି ଟିମ୍‌ ମୁତୟନ ପାଇଁ ଯୋଜନା ରହିଥିବା ଏନଡିଆରଏଫପକ୍ଷରୁ କୁହାଯାଇଛି।  ସେପଟେ ଗତକାଲି ବନ୍ୟା ଜଳରେ ଭାସିଯାଇଥିବା ଯାଜପୁରର ବାପ-ପୁଅଙ୍କର ଆଜି ମୃତଦେହ ଉଦ୍ଧାର କରାଯାଇଛି।

ବଢୁଛି ବହାନଦୀ । ହୀରାକୁଦ ଜଳ ଭଣ୍ଟାରକୁ ଅଧିକ ଜଳ ପ୍ରବେଶ କଲେ ଅଧିକ ଗେଟ ଖୋଲିବାର ସମ୍ଭାବନା ରହିଛି। ତେବେ ନଦୀରେ ଅଧିକ ପାଣି ଆସିଲେ ତଳିଆ ଅଞ୍ଚଳ ବିପନ୍ନ ହେବା ନିଶ୍ଚିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’