Masthead

ବର୍ଷା ପରେ ବନ୍ୟା ଭୟ

ଭୁବନେଶ୍ଵର( ବଡ଼ ଖବର ବ୍ୟୁରୋ): ବର୍ଷା ପରେ ବନ୍ୟା ଭୟ। ଶନିବାର ସନ୍ଧ୍ୟାରେ ୪ ଜିଲ୍ଲାରେ ଆସିପାରେ ବନ୍ୟା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୁଧବାର ଅପେକ୍ଷା ଆଜି ବୈତରଣୀ ଓ ବ୍ରାହ୍ଣଣୀ ସମେତ ବିଭିନ୍ନ ନଦୀର ଜଳସ୍ତର ବଢିଛି ତଳିଆ ଅଞ୍ଚଳ ଲୋକଙ୍କ ଛାତିରେ ଛନକା ପସିଲାଣି।

ବର୍ଷା ପରେ ବନ୍ୟା ଭୟ। ଶନିବାର ସନ୍ଧ୍ୟାରେ ୪ ଜିଲ୍ଲାରେ ଆସିପାରେ ବନ୍ୟା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୁଧବାର ଅପେକ୍ଷା ଆଜି ବୈତରଣୀ ଓ ବ୍ରାହ୍ଣଣୀ ସମେତ ବିଭିନ୍ନ ନଦୀର ଜଳସ୍ତର ବଢିଛି ତଳିଆ ଅଞ୍ଚଳ ଲୋକଙ୍କ ଛାତିରେ ଛନକା ପସିଲାଣି। ଛତିଶଗଡ଼ରେ ଲଗାଣ ବର୍ଷା ହେତୁ ବୁଧବାର ସୁଦ୍ଧା ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ୨୪ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଆଜି ଆଉ ୪ଟି ଗେଟ୍ ଖୋଲିଛି । ଏଥିସହ ଡ୍ୟାମର ସମୁଦାୟ ୨୮ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ ।  ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପକୂଳ ଜିଲ୍ଲାରେ ଅବଶ୍ୟକ ପଦକ୍ଷେପ ନିଆଯିବ।

ଅନ୍ୟପଟେ ପାଣିପାଗ ବିଭାଗ କହିଛି ୨୪ ଘଣ୍ଟାରେ ଓଡ଼ିଶାରେ ମୌସୁମୀ ପ୍ରବାହ ସକ୍ରିୟ ରହିଛି। ଏହାର ପ୍ରଭାବରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ସମ୍ଭାବ୍ୟ ବନ୍ୟା କୁ ଦୃଷ୍ଟି ରେ ରଖି ଉପକୂଳର୍ବୀ ଜିଲ୍ଲା ଗୁଡିକକୁ ଏନଡିଆରଫର ମୋଟ ୬ ଟିମ ପଠା ଯାଇଛି। କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ, ଭଦ୍ରକ ଓ ବାଲେଶ୍ୱରରେ ଗୋଟିଏ ଲେଖାଏଁ ଟିମ ମୁତୟନ ହୋଇଛନ୍ତି। ଆଉ ଦୁଇଟି ଟିମ୍‌ ମୁତୟନ ପାଇଁ ଯୋଜନା ରହିଥିବା ଏନଡିଆରଏଫପକ୍ଷରୁ କୁହାଯାଇଛି।  ସେପଟେ ଗତକାଲି ବନ୍ୟା ଜଳରେ ଭାସିଯାଇଥିବା ଯାଜପୁରର ବାପ-ପୁଅଙ୍କର ଆଜି ମୃତଦେହ ଉଦ୍ଧାର କରାଯାଇଛି।

ବଢୁଛି ବହାନଦୀ । ହୀରାକୁଦ ଜଳ ଭଣ୍ଟାରକୁ ଅଧିକ ଜଳ ପ୍ରବେଶ କଲେ ଅଧିକ ଗେଟ ଖୋଲିବାର ସମ୍ଭାବନା ରହିଛି। ତେବେ ନଦୀରେ ଅଧିକ ପାଣି ଆସିଲେ ତଳିଆ ଅଞ୍ଚଳ ବିପନ୍ନ ହେବା ନିଶ୍ଚିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି