Masthead

ପ୍ରଥମ ଡେଲ୍ଟା ପ୍ଲସ ଭାରିଆଣ୍ଟଙ୍କ ସ୍ୱାସ୍ଥାବସ୍ଥା ଯାଞ୍ଚ ପାଇଁ ଦେବଗଡ଼ ଗଲା ଟିମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଚିହ୍ନଟ ହୋଇଛନ୍ତି ପ୍ରଥମ ଡେଲ୍ଟା ପ୍ଲସ ଭାରିଆଣ୍ଟ ରୋଗୀ । ଏହାପରେ ଏବେ ଓଡ଼ିଶା ସରକାରଙ୍କ ଚିନ୍ତା ବଢ଼ିଛି । ଡେଲ୍ଟା ପ୍ଲସ ଚିହ୍ନଟ ହୋଇଥିବା ପ୍ରଥମ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଦେବଗଡ଼ ଯାଇଛନ୍ତି ଏପିଡୋମିଓଲୋଜି ଟିମ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ରହିଛି, ସେ କାହା ସହ ମିଶିଥିଲେ, ଯେଉଁମାନଙ୍କ ସହ ମିଶିଛନ୍ତି ସେମାନେ ସଂକ୍ରମିତ ହୋଇଛନ୍ତି କି ନାହିଁ? ସେମାନଙ୍କ ସ୍ୱାସ୍ଥାବସ୍ଥା କିପରି ରହିଛି । ଟିକା ନେଇଛନ୍ତି କି ନା ଏବାବଦରେ ଯାଞ୍ଚ କରିବ ଏହି ଟିମ ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଡେଲଟା ପ୍ଲସ ଚିହ୍ନଟ ହୋଇଥିବା ବ୍ୟକ୍ତି ମାର୍ଚ୍ଚ ୩୦ ତାରିଖରେ ଟିକା ନେଇଥିଲେ । ପରେ ଜଣେ କରୋନା ରୋଗୀଙ୍କ ସଂସ୍ପର୍ଷରେ ଆସି ସଂକ୍ରମିତ ହୋଇଥିଲେ । ତେବେ ତାଙ୍କର କିଛି ଲକ୍ଷଣ ନଥିଲା । ମେ ମାସରେ ତାଙ୍କର ସମ୍ପୂର୍ଣ୍ଣ ଜେନମ ସୁକ୍ୟୁଏନ୍ସି ପାଇଁ ପଠାଯାଇଥିଲା । ଟିକା ନେଇଥିବା କାରଣରୁ ତାଙ୍କର କୌଣସି ଲକ୍ଷଣ ଦେଖାଦେଇନଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ