Masthead

ଖୁବଶୀଘ୍ର ରାଜସ୍ଥାନରେ କ୍ୟାବିନେଟ ସମ୍ପ୍ରସାରଣ ହେବ !

ରାଜସ୍ଥାନ(ବଡ଼ ଖବର ବ୍ୟୁରୋ): ରାଜସ୍ଥାନରେ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଥମିବାରେ ନାଁ ନେଉନି । ରାଜସ୍ଥାନ କଂଗ୍ରେସରେ ଚାଲିଥିବା ବିବାଦର ସମାଧାନ ତଥା ନେତାଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଜାତୀୟ କଂଗ୍ରେସ ବାରମ୍ବାର ଚେଷ୍ଟା କରିଆସୁଛି । ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଏହା ଶୀଘ୍ର ସମ୍ଭବ ହୋଇପାରୁନି ବୋଲି କଂଗ୍ରେସ କହିଛି । ଏହା ମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ କେନ୍ଦ୍ରୀୟ ଦଳରେ ଅନ୍ତର୍ଭୁକ୍ତ କରାଯିବା ନେଇ ହୋଇଥିବା କଳ୍ପନାଜଳ୍ପନାର ବିଷୟ ଉପରେ ରାଜ୍ୟ ସାଧାରଣ ସମ୍ପାଦକ ଅଜୟ ମାକେନ ବଡ଼ ବୟାନ ଦେଇଛନ୍ତି ।

ତେବେ ସଚିନଙ୍କୁ ଜାତୀୟ ସ୍ତରରେ କଣ କରିବାକୁ ହେବ ତାହା ନିଷ୍ପତ୍ତି ହେବ । ଏ ନିଷ୍ପତ୍ତି କେବଳ ସୋନିଆ ଗାନ୍ଧି ହିଁ ନେଇପାରିବେ । ଏହା ମୋ ସ୍ତରର ବିଷୟ ନୁହେଁ । ରାଜ୍ୟ ସ୍ତରରେ ହେବାକୁ ଥିବା ପରିବର୍ତ୍ତନଗୁଡ଼ିକ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ହେଉଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଯୋଗୁଁ ଏହାକୁ ବନ୍ଦ କରିଦିଆଯାଇଛି ବୋଲି ଅଜୟ ମାକେନ ସ୍ପଷ୍ଟ କରିଛନ୍ତି । କେବଳ ଏତିକି ନୁହେଁ ବରଂ ଏକ ଛୋଟ ରାଜ୍ୟ କାର୍ଯ୍ୟନିର୍ବାହୀ ଗଠନ କରାଯାଇଛି । ଏବଂ ସଙ୍ଗଠନର କାର୍ଯ୍ୟ ଚାଲିଛି । ଖୁବଶୀଘ୍ର ଜିଲ୍ଲା ସଭାପତି ଏବଂ କ୍ୟାବିନେଟ ସମ୍ପ୍ରସାରଣ ହେବାକୁ ଯାଉଛି ବୋଲି ଅଜୟ ମାକେନ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା