Masthead

ପେଟ୍ରୋଲିୟମ ଉତ୍ପାଦଠାରୁ ଖାଦ୍ୟ ବିତରଣ ଆପ୍ସ ପର୍ଯ୍ୟନ୍ତ ହେବ ଜିଏଷ୍ଟି କାଉନସିଲିଂ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ କରୋନା ମହାମାରୀ ଅନେକ ଜଣଙ୍କ ପ୍ରାଣ ନେବା ସହ କ୍ଷତି ଘଟାଇଛି । କରୋନା ପାଇଁ ଦେଶରେ ହୋଇଥିବା କ୍ଷତିର ଆକଳନ କରିବା ପାଇଁ ଆଜି ଲକ୍ଷେ୍ନରେ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୮ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧୀମାନଙ୍କ ସହିତ ଏହି ବୈଠକ କରିବାର ସୂଚନା ମିଳିଛି । ୫୦ରୁ ଅଧିକ ସାମଗ୍ରୀ ଏବଂ ସେବା ହାରରେ ସଂଶୋଧନ ସହିତ ପେଟ୍ରୋଲ, ଡ଼ିଜେଲ ଏବଂ ବିମାନ ଇନ୍ଧନ ପରି ପେଟ୍ରୋଲିୟମ ଉତ୍ପାଦକୁ ଦେଶବ୍ୟାପୀ ଟିକସ ଅଧୀନରେ ଆଣିବା ଉପରେ ଆଲୋଚନା ହିଁ ଜିଏସଟି ପରିଷଦ ବୈଠକର ଏଜେଣ୍ଡା ରହିଛି । ଏହା ସହ ଜିଏସଟି ଯୋଗୁଁ ରାଜସ୍ୱ କ୍ଷତି ପାଇଁ ରାଜ୍ୟମାନଙ୍କୁ କ୍ଷତିପୂରଣ ପ୍ରସଙ୍ଗରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯିବାର ସୂଚନା ମିଳିଛି ।

ଅପରପକ୍ଷରେ ୨୦୧୭ ମସିହା ଜୁଲାଇ ୧ ତାରିଖ ଠାରୁ ଲାଗୁ ହୋଇଥିବା ଜିଏସଟି ନିୟମ ଏକ ଆଶ୍ୱାସନା ପ୍ରଦାନ କରିଛି ଯେ ଯଦି ରାଜସ୍ୱ ପୋଷ୍ଟର ଅଭିବୃଦ୍ଧି ୧୪ ପ୍ରତିଶତରୁ କମ ଥାଏ । ତାହାଲେ ସେମାନେ ନିଦ୍ଧିଷ୍ଟ ବର୍ଗର ସ୍ୱତନ୍ତ୍ର ସେସ ମାଧ୍ୟମରେ ପାଞ୍ଚ ବର୍ଷ ପାଇଁ ଅଭାବ କ୍ଷତିପୂରଣ ପାଇବେ । ଅନ୍ୟପଟେ ଅଭାବର ସମ୍ମୁଖୀନ ହୋଇ ରାଜ୍ୟଗୁଡ଼ିକ ଜୁନ ୨୦୨୨ ମସିହା ସମୟସୀମାଠାରୁ ଅଧିକ କ୍ଷତିପୂରଣ ବ୍ୟବସ୍ଥାକୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି । କାହିଁକିନା ମହାମାରୀ ସମୟରେ ରାଜସ୍ୱରେ ଏକ ବଡ଼ କ୍ଷତି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା