ଚିନ୍ତାରେ ଡଙ୍ଗା ବେପାରୀ

କର୍ଲାମୁଣ୍ଡା(ବଡ଼ ଖବର ବ୍ୟୁରୋ): କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାରେ ରୋକ୍ ଲାଗିବା ପରେ ଚିନ୍ତାରେ ଡଙ୍ଗା ବେପାରୀ । କରୋନା ମହାମାରୀ ଅନେକଙ୍କର କୁଳବେଉସା ଉଜାଡି ଦେଇଛି । ଚଳିତ ବର୍ଷ ଅନେକ ପର୍ବପର୍ବାଣୀ ଫିକା ପଡିଛି । ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ପର୍ବ କାର୍ତ୍ତିକ ପୂର୍ଣ୍ଣିମାରେ ବି କରୋନା ଛାଟ ଲାଗିଛି । କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଣୀ ତଥା ବାଲିଯାତ୍ରା ଉପରେ କଟକଣା ଲଗାଇଛନ୍ତି । ଏଥର କୌଣସି ପୋଖରୀ,ନଦୀ,ନାଳରେ ଡଙ୍ଗା ଭସାଇବାକୁ ବାରଣ କରାଯାଇଛି । ଏହାର ସିଧାସଳଖ ପ୍ରଭାବ ଡଙ୍ଗା ବେପାରୀଙ୍କ ଉପରେ ପଡିଛି । ଡଙ୍ଗା ବିକ୍ରି କରି ପେଟ ପୋଷୁଥିବା କାରିଗରମାନେ ଏବର୍ଷ ଚିନ୍ତାରେ ପଡିଯାଇଛନ୍ତି। ଡଙ୍ଗା ପାଇଁ ବ୍ୟୟ କରି ସାରିଥିବା ବେପାରୀ ମାନେ କଟକଣା ଲାଗୁ ପରେ ମାନସିକ ଚାପରେ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!