୨୦ ଫୁଟ ଓସାରର ଘାଇ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଲଗାଣ ବର୍ଷାରେ ହଂସୁଆ ନଦୀରେ ୨୦ ଫୁଟ୍ ଓସାରର ଘାଇ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସୋମପୁର ପଞ୍ଚାୟତ ଅଣଖିଆ ନିକଟରେ ହଂସୁଆ ନଦୀରେ ଗତ କାଲି ରାତିରେ ପୁନର୍ବାର ୨୦ଫୁଟ ଓସାରର ଘାଇ ହେବା ଫଳରେ ନିକଟସ୍ଥ ୫ ଟି ପଞ୍ଚାୟତର ୧୦ ଟିରୁ ଉର୍ଦ୍ଧ ଗାଁର ରେ ପାଣି ପଶିବା ସହ ୫୦୦ ହେକ୍ଟରରୁ ଉର୍ଦ୍ଧ ଚାଷ ଜମି ଜଳମଗ୍ନ ହୋଇଛି । ଗତ ଦୁଇ ଦିନ ତଳେ ଏହି ଠାରେ ୪ ଟି ସ୍ଥାନରେ ଘାଇ ହୋଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ମାନେ ଏହାକୁ ବାଲି ବସ୍ତା ପକାଇ ବନ୍ଦ କରିଥିଲେ ।

ତେବେ ଗତକାଲି ରାତିରେ ପୁଣି ଆଉ ଏକ ୨୦ ଫୁଟ ଓସାରର ଆଉ ଏକ ଘାଇ ସୃଷ୍ଟି ହୋଇଛି । ହଂସୁଆ ନଦୀ ଦେଇ କଟକ ଓ ଜଗତସିଂହପୁର ଜିଲ୍ଲାର ଉଦବୃତ ବର୍ଷା ଜଳ ସମୁଦ୍ର କୁ ନିଷ୍କାସନ ହୋଇ ଥାଏ । ତେବେ ଗତ ପାଞ୍ଚ ଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ଜଗତସିଂହପୁର ଜିଲାର ବ୍ୟାପକ ଅଞ୍ଚଳ ଏବେ ଜଳମଗ୍ନ ହୋଇ ରହିଥିବା ବେଳେ କେତେକ ମାଛ ମାଫିଆ ବିଭିନ୍ନ ସ୍ଥାନରେ ଥିବା ସ୍କୁଇସ ଗେଟକୁ ବନ୍ଦ ରଖି ମାଛ ଧରୁ ଥିବା ଯୋଗୁ ବର୍ଷା ଜଳ ନିଷ୍କାସିତ ହୋଇ ନପାରିବା ଫଳରେ ହଂସୁଆ ନଦୀର ବନ୍ଧ ଭାଙ୍ଗୁଥିବାର ଅଭିଯୋଗ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’