Masthead

ସୋନୁଙ୍କ ଘରେ ଆୟକର ଚଢ଼ାଉ, କାଉଣ୍ଟର କଲେ କେଜ୍ରିୱାଲ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କରୋନା କାଳରୁ ଆରମ୍ଭ କରି ଲୋକଙ୍କ ସାହାଯ୍ୟର ହାତ ବଢ଼ାଇ ରିଲରୁ ରିୟଲ ହିରୋ ସାଜିଛନ୍ତି ସୋନୁ ସୁଦ । କିନ୍ତୁ ବର୍ତ୍ତମାନ ଆୟକର ରାଡାରରେ ଫସିଛନ୍ତି ସୋନୁ । ତେବେ ତାଙ୍କୁ ଫସାଇବାକୁ ଚକ୍ରାନ୍ତ ଚାଲିଥିବା ମଧ୍ୟ ଶୁଣିବାକୁ ମିଳୁଛି । ତେବେ ପାଖାପାଖି ୨୦ କୋଟିରୁ ଅଧିକ ଟଙ୍କାର ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ଆୟକର ବିଭାଗ ପକ୍ଷରୁ ଦର୍ଶାଯାଇଛି । ଲଗାତାର ୩ଦିନ ହେବ ସୋନୁଙ୍କ ମୁମ୍ବାଇ ଘରେ ଆଇଟି ପକ୍ଷରୁ ସର୍ଭେ ମଧ୍ୟ ଚାଲିଛି । ତେବେ ବିଭିନ୍ନ ଆରୋପ ଏବେ ସୋନୁଙ୍କ ନାଁରେ ରହିଛି । ତେବେ କିଛି ଦିନ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ନଜର ଆସିଥିଲେ ସୋନୁ ।

ଆପ ସରକାରଙ୍କ “ଦେଶ କା ମେଣ୍ଟର” କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡଡର ଭାବେ ବି ଘୋଷଣା କରାଯାଇଥିଲା ସୋନୁ ସୁଦଙ୍କୁ । ଯେଉଁଥିରେ ଛାତ୍ରଛାତ୍ରୀ ସେମାନଙ୍କ କ୍ୟାରିୟର ପ୍ରଦର୍ଶନ କରିବାରେ ମାର୍ଗଦର୍ଶନ ପାଇପାରିବେ । ତେବେ ଏହି କାରଣ ପାଇଁ ସୋନୁଙ୍କୁ ଫସାଇବାକୁ ଉଦ୍ୟମ ହେଉଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି ଯେ, ସୋନୁ ସୁଦଙ୍କ ପଛରେ କୋଟି କୋଟି ପରିବାରର ପ୍ରାର୍ଥନା ଅଛି । ସତ୍ୟ ସବୁବେଳେ ସତ୍ୟ ଏହାକୁ କେବେ ବି ଲୁଚାଇଯାଇ ପାରିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା