Masthead

କମୁଛି ମହାନଦୀରେ ପାଣି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଟଳିଛି ବନ୍ୟା ଭୟ । ମହାନଦୀରେ କମୁଛି ପାଣି । ମହାନଦୀ ଓ ଶାଖା ନଦୀଗୁଡ଼ିକରେ ବନ୍ୟା ଆଶଙ୍କା ନାହିଁ । ରାଜ୍ୟର ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିବଳୟ ଜନିତ ବର୍ଷା ଲାଗି ରହିଥିଲ ମଧ୍ୟ ଏବେ ବନ୍ୟା ଆଶଙ୍କା ନାହିଁ । ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ, ହୀରାକୁଦରେ ରବିବାର ଦିନ ୮ଟି ଗେଟ୍ ବନ୍ଦ କରାଯାଇଥିବାବେଳେ ମାତ୍ର ୪ଟି ଗେଟ୍‌ରେ ୯୫,୨୩୦କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।

ଛତିଶଗଡ଼ରେ ବର୍ଷା କମିଥିବାରୁ ମହାନଦୀରେ କମ୍‌ ଜଳ ପ୍ରବେଶ କରୁଛି। ତଳ ମୁଣ୍ଡରେ ବି ଜଳ ପ୍ରବାହ କମିଛି। ଏବେ ନରାଜରେ ୨୫.୬୭ମିଟରରେ ଜଳ ପ୍ରବାହ ହେଉଥିବାବେଳେ ସେକେଣ୍ଡ ପିଛା ୫,୮୨,୮୬୫କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ତେଣୁ ମହାନଦୀ ଓ ଶାଖା ନଦୀରେ ବନ୍ୟା ଭୟ ନାହିଁ। ସେହିପରି ଇବ୍, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟ, ଜଳକା ନଦୀରେ ବି ଜଳପତନ କମିବାରେ ଲାଗିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ