ନାଗାଲାଣ୍ଡରେ ବିନା ବିରୋଧୀରେ ଗଠନ ହେବ ସରକାର

ବଡ଼ ଖବର ବ୍ୟୁରୋ: ନାଗାଲାଣ୍ଡରେ ଗଢାଯିବ ସର୍ବଦଳୀୟ ମେଣ୍ଟ ସରକାର । ସରକାରୀ ଓ ବିରୋଧୀ ଦଳମାନେ ମିଶି ସରକାର ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ରାଜ୍ୟରେ ବିନା ବିରୋଧୀରେ ସରକାର ଗଠନ ହେବା ପାଇଁ ଯାଉଛି । ଅପରପକ୍ଷରେ ଏହି ମେଣ୍ଟର ନାମ ୟୁନାଇଟେଡ ଡେମୋକ୍ରାଟିକ ଆଲାଏନ୍ସ ବୋଲି ରଖାଯାଇଥିବାର ସୂଚନା ମିଳିଛି । ଏହି ନାମକରଣକୁ ଏନଡିପିପି, ବିଜେପି, ଏନସିଏଫ ଏବଂ ସ୍ୱାଧୀନ ବିଧାୟକ ଏବଂ ଦଳର ନେତାମାନଙ୍କ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନିଫି ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ ଜୁଲାଇ ୧୯ ତାରିଖରେ ବିରୋଧୀ ଦଳ ନାଗା ପିପୁଲ୍ସ ଫ୍ରଣ୍ଟ ମୁଖ୍ୟମନ୍ତ୍ରୀ ରିଓଙ୍କୁ ଏକ ଚିଠି ଦାଖଲ କରି ନାଗା ରାଜନୈତିକ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଏକ ସର୍ବଦଳୀୟ ସରକାର ପାଇଁ ଅନୁରୋଧ କରିଥିଲେ । ସେପଟେ ନାଗା ଆନ୍ଦୋଳନ ଭାରତର ଦୀର୍ଘତମ ବିଦ୍ରୋହ ବୋଲି ବିବେଚନା କରାଯାଏ । ୧୯୯୭ ମସିହାରେ କେନ୍ଦ୍ର ସର୍ବ ବୃହତ ନାଗା ବିଦ୍ରୋହୀ ଗୋଷ୍ଠୀ, ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ ନାଗାଲିମ ସହିତ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷର କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’