Masthead

ନାଗାଲାଣ୍ଡରେ ବିନା ବିରୋଧୀରେ ଗଠନ ହେବ ସରକାର

ବଡ଼ ଖବର ବ୍ୟୁରୋ: ନାଗାଲାଣ୍ଡରେ ଗଢାଯିବ ସର୍ବଦଳୀୟ ମେଣ୍ଟ ସରକାର । ସରକାରୀ ଓ ବିରୋଧୀ ଦଳମାନେ ମିଶି ସରକାର ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ରାଜ୍ୟରେ ବିନା ବିରୋଧୀରେ ସରକାର ଗଠନ ହେବା ପାଇଁ ଯାଉଛି । ଅପରପକ୍ଷରେ ଏହି ମେଣ୍ଟର ନାମ ୟୁନାଇଟେଡ ଡେମୋକ୍ରାଟିକ ଆଲାଏନ୍ସ ବୋଲି ରଖାଯାଇଥିବାର ସୂଚନା ମିଳିଛି । ଏହି ନାମକରଣକୁ ଏନଡିପିପି, ବିଜେପି, ଏନସିଏଫ ଏବଂ ସ୍ୱାଧୀନ ବିଧାୟକ ଏବଂ ଦଳର ନେତାମାନଙ୍କ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନିଫି ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ ଜୁଲାଇ ୧୯ ତାରିଖରେ ବିରୋଧୀ ଦଳ ନାଗା ପିପୁଲ୍ସ ଫ୍ରଣ୍ଟ ମୁଖ୍ୟମନ୍ତ୍ରୀ ରିଓଙ୍କୁ ଏକ ଚିଠି ଦାଖଲ କରି ନାଗା ରାଜନୈତିକ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଏକ ସର୍ବଦଳୀୟ ସରକାର ପାଇଁ ଅନୁରୋଧ କରିଥିଲେ । ସେପଟେ ନାଗା ଆନ୍ଦୋଳନ ଭାରତର ଦୀର୍ଘତମ ବିଦ୍ରୋହ ବୋଲି ବିବେଚନା କରାଯାଏ । ୧୯୯୭ ମସିହାରେ କେନ୍ଦ୍ର ସର୍ବ ବୃହତ ନାଗା ବିଦ୍ରୋହୀ ଗୋଷ୍ଠୀ, ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ ନାଗାଲିମ ସହିତ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷର କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼