Masthead

ଓଡ଼ିଶା- ଆନ୍ଧ୍ର ସୀମା ବିବାଦ ମଧ୍ୟରେ ନିର୍ବାଚନ ଫଳାଫଳ ଘୋଷଣା କଲା ଆନ୍ଧ୍ର

ବଡ଼ ଖବର ବ୍ୟୁରୋ: ସାରା ରାଜ୍ୟରେ ଦୀର୍ଘ ଦିନ ହେବ କୋଟିଆ ପ୍ରସଙ୍ଗ ଥମିବାରେ ନାମ ନେଉନି । କେତେବେଳେ ଆନ୍ଧ୍ର ଓଡ଼ିଶା ସୀମାକୁ ଅକ୍ତିଆର କରିବା ପାଇଁ ବିଭିନ୍ନ ଷଡ଼ଯନ୍ତ୍ର କରୁଥିବାବେଳେ ଆଉ କେବେ ଏହି ମାମଲା ନେଇ ରାଜ୍ୟରେ ରାଜନୀତି ହେଉଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ସାମ୍ନାକୁ ଆସିଛି ନିର୍ବାଚନ ଫଳାଫଳ । ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଆନ୍ଧ୍ରପ୍ରଦେଶ ବିବାଦୀୟ କୋଟିଆ ଅଞ୍ଚଳରେ ନିର୍ବାଚନ ଫଳାଫଳ ଘୋଷଣା କରିଥିବାର ସୂଚନା ମିଳିଛି ।

ତେବେ YSR କଂଗ୍ରେସ ଦଳର ପ୍ରାର୍ଥୀ ଶ୍ରୀରାମ ରାଇଥୁ ମାଜି ଆପାଲାମା ପଞ୍ଜାୟତରେ ଗ୍ରାମୀଣ ନିର୍ବାଚନରେ ବାମ ଦଳର ନିକଟତମ ପ୍ରତିଯୋଗୀଙ୍କୁ ୪୧ ଭୋଟରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି । ସେହିପରି ଫାଗୁନା ସିନେରୀ ଏବଂ ଫାଟୁ ସିନେରି ଗ୍ରାମ ପଞ୍ଜାୟତରେ ଅନୁଷ୍ଠିତ ନିର୍ବାଚନରେ YSR କଂଗ୍ରେସ ଦଳର ପ୍ରାର୍ଥୀମାନେ ଜିତିଥିବାର ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ