Masthead

ମାଧୁରୀ ଦିକ୍ଷିତ୍ ହେଲେ ଖିଲାଡି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଷ୍ଟଣ୍ଟ୍ ସିନ୍ ଦେଖାଇଲେ ଧକ୍ ଧକ୍ ଗର୍ଲ ମାଧୁରୀ । ତାହା ପୁଣି ବଲିଉଡର ଆଗଧାଡିର ଷ୍ଟଣ୍ଟ୍ ସିନ୍ ଡାଇରେକ୍ଟରଙ୍କ ଇସାରାରେ । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରିୟଲିଟି ସୋ’ ଡ୍ୟାନ୍ସ ଦିୱାନେର ମଞ୍ଚରେ । ଷ୍ଟଣ୍ଟ ରିୟଲିଟି ସୋ ଖତରୋଁ କି ଖିଲାଡି ଓ ଡ୍ୟାନ୍ସ ରିୟଲିଟି ସୋ ଡ୍ୟାନ୍ସ ଦିୱାନେର ଏବେ ମହାସଙ୍ଗମ ଏପିସୋଡ ଚାଲିଛି । ଏହି ସୋ ରେ ଖରରୋଁ କି ଖିଲାଡିର ହୋଷ୍ଟ ରୋହିତ ସେଟ୍ଟୀଙ୍କ ସହ ସୋ ର ଫାଇନାଲିଷ୍ଟ ମାନେ ବି ଦେଖିବାକୁ ମିଳିଥିଲେ । ତେବେ ସେଟରେ ରୋହିତ୍ ସେଟ୍ଟି ଥିବେ ଏବଂ ଷ୍ଟଣ୍ଟ୍ ନ ହେବ ତାହା ତ ମୁସ୍କିଲ୍ । ସେଥିପାଇଁ ରାହିତ୍ ସେଟ୍ଟି ମାଧୁରିଙ୍କ ଦ୍ୱାରା ହିଁ ଷ୍ଟଣ୍ଟ୍ ସିନ୍ କରାଇଛନ୍ତି ।

ମାଧୁରିଙ୍କୁ ଏପରି ଭୟଙ୍କର ଟାକ୍ସ ଦେଇ ଟାକ୍ସ ପୁରା କରିବାକୁ କହିଲେ ରୋହିତ । ଏହା ଦେଖି ଭୟଙ୍କର ଚିକ୍ରାର କରିବାକୁ ଲାଗିଥିଲେ ମାଧୁରୀ । ଏହାର ଏକ ପ୍ରମୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ପୋଷ୍ଟ କରି କଲର୍ସ ପକ୍ଷରୁ କ୍ୟାପସନ୍ ଦିଆ ଯାଇଛି ଯେ ମାଧୁରୀ ଦିକ୍ଷିତ୍ ହେବେ ଖିଲାଡି । ଏବଂ ତାଙ୍କୁ ରୋହୀତ ସେଟ୍ଟିଙ୍କ ଦ୍ୱାରା ଦିଆ ଯାଇଥିବା ଷ୍ଟଣ୍ଟ୍ ସିନ୍ ର ସାମ୍ନା କରିବାକୁ ପଡିବ । ତେବେ ଏହା ଦେଖି ଫ୍ୟାନ୍ସ ମାନେ ବି ବେଶ୍ ଏକ୍ସାଇଟେଡ୍ ହୋଇ ଯାଇଥିଲେ ।

ଏମିତିରେ ବି ବି-ଟାଉନରେ ମାଧୁରିଙ୍କ ଫ୍ୟାନ୍ ଫଲୋଇଙ୍ଗ ଖୁବ୍ ଅଧିକ । ସୋସିଆଲ ମିଡିଆରେ ସେ ଯାହା ବି ସେୟାର କରନ୍ତି କିମ୍ବା ସୋସିଆଲ ମିଡିଆରେ ତାଙ୍କୁ ନେଇ ଯାହା ବି ଭିଡିଓ ପୋଷ୍ଟ ହୁଏ ସେ ସବୁ କୁ ବେଶ୍ ପସନ୍ଦ କରନ୍ତି ଦର୍ଶକ । ତାଙ୍କ ଫଟୋ ହେଉ କି ଭିଡିଓ ସବୁକିଛି ରହିଥାଏ ଟ୍ରେଣ୍ଡ୍ରେ । ଏହା ବ୍ୟତୀତ ମାଧୁରି ଡ୍ୟାନ୍ସ ଦିୱାନେ ସେଟ୍ ରୁ ପୋଷ୍ଟ କରୁଥିବା ପ୍ରତ୍ୟେକଟି ଭିଡିିଓ ଲକ୍ଷ ଲକ୍ଷ ଫ୍ୟାନ୍ସ ଦେଖିଥାନ୍ତି । ତେବେ ବର୍ତ୍ତମାନ ଇନଷ୍ଟାଗ୍ରାମ୍ରେ ମାଧୁରୀଙ୍କର ୨୬.୮ ମିଲିୟନ ଫଲୋର୍ସ ଥିବା ବେଳେ ସେ ମାତ୍ର ୬୭ ଜଣଙ୍କୁ ଫଲୋ କରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼