Masthead

“ଆମେ ଶାନ୍ତି ଚାହୁଁ, ହିଂସା ନୁହେଁ”

ଚିତ୍ରକୋଣ୍ଡା( ବଡ଼ ଖବର ବ୍ୟୁରୋ): ସ୍ୱାଭିମାନ ଅଞ୍ଚଳରେ ମାଓ ବିରୋଧୀ ମେଳି । ସ୍ୱାଭିମାନର ସହ ବଞ୍ଚିବା ପାଇଁ ଅଣ୍ଟାଭିଡିଲେଣି ସ୍ୱାଭିମାନ ଅଞ୍ଚଳବାସୀ । ଆମକୁ ଶାନ୍ତି ଦରକାର, ହିଂସା ନୁହେଁ ବୋଲି ନାରା ଦେଇଛନ୍ତି ସ୍ୱାଭିମାନି ଲୋକମାନେ । ଗୋଟିଏ କି ଦୁଇଟି ନୁହେଁ ୧୦ଟି ଗାଁର ଲୋକେ ଗତକାଲି ସ୍ୱାଭିମାନ ଅଞ୍ଚଳର ଖକ୍ସୁରିଗୁଡ଼ାଠାରେ ମାଓବାଦୀଙ୍କ ବିରୋଧରେ ଏକତ୍ରିତ ହୋଇଥିଲେ । ଗତ ୨୦ତାରିଖ ରାତିରେ ପୋଲିସ ଇନଫର୍ମର ସନ୍ଦେହରେ ଦାଶ ଖେମୁଡଙ୍କୁ ଗୁଳିକରି ହତ୍ୟା କରିଥିଲେ ମାଓବାଦୀ । ଆଉ ଏହା ପରେ ସ୍ୱାଭିମାନ ଅଞ୍ଚଳରେ ଦେଖାଦେଇଛି ମାଓ ବିରୋଧୀ ମେଳି । ଦୁଇଦିନ ତଳେ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ଲାଗିଥିଲା । ଗତକାଲି ୧୦ଗାଁର ଲୋକେ ଏକତ୍ରିତ ହୋଇ ଆମକୁ ହିଂସା ନୁହେଁ ଶାନ୍ତି ଦରକାର , ନିରହ ଜନତାଙ୍କୁ ମାରିବା ବନ୍ଦ କରାଯାଉ, ଦାସ ଖେମୁଡି ଓ ଅନ୍ୟମାନଙ୍କୁ ନ୍ୟାୟ ମିଳୁ, ଆମକୁ ଆମ ଅଧିକାର ମିଳୁ ନାରା ଦେଇ ମାଓ ବିରୋଧୀ ସ୍ୱରକୁ ତୀବ୍ର କରିଛନ୍ତି ।
ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ଏକଦା ବିଛିନ୍ନାଞ୍ଚଳ ହୋଇ ରହିଥିବା ସ୍ୱାଭିମାନିଙ୍କ ମୁହଁରେ ହସ ଫୁଟିଛି । ସରକାରୀ ଯୋଜନା ସ୍ୱାଭିମାନିଙ୍କ ପାଖରେ ପହଁଚିବା ପରେ ମାଓ ଗଡ଼ ଭାଙ୍ଗିବାରେ ଲାଗିଛି । ଗତକାଲି ମାଟିତଳୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଥିଲା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର