Masthead

ଫାଇନାଲରେ ଓଡ଼ିଆ ପୁଅ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଇତିହାସ ରଚିଲେ ପ୍ରମୋଦ । ଜାପାନର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସରେ ଚମକିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ। ସେ ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗ ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି। ଏବେ ସେ ସ୍ୱର୍ଣ୍ଣ ପଦକ ପାଇଁ ଅପରାହ୍ନ ୩ଟାରେ ଲଢ଼େଇ କରିବେ। ଯଦି ବି ସେ ହାରିବେ, ତା’ହେଲେ ତାଙ୍କୁ ରୌପ୍ୟ ପଦକ ମିଳିବ । ଆଜିର ମ୍ୟାଚରେ ପ୍ରମୋଦଙ୍କ ମୁକାବିଲା ଜାପାନରେ ଡି ଫୁଜିହାରାଙ୍କ ସହ ହୋଇଥିଲା। ଏହି ମ୍ୟାଚକୁ ପ୍ରମୋଦ ଏକତରଫା ଭାବେ ୨-୦ ସେଟରେ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି।

ପ୍ରଥମ ସେଟକୁ ୨୧-୧୧ରେ ଜିତିଥିବା ପ୍ରମୋଦ ଦ୍ୱିତୀୟ ସେଟରେ ମଧ୍ୟ ନିଜର ଜଲୱା ଦେଖାଇଥିଲେ। ଫୁଜିହାରା କମବ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ ହେଁ ଓଡ଼ିଆ ପୁଅ ପ୍ରମୋଦ ଏହା କରିବାକୁ ଦେଇ ନଥିଲେ। ଏହି ସେଟ୍‌କୁ ୨୧-୧୬ରେ ଜିତି ପ୍ରମୋଦ ସ୍ୱର୍ଣ୍ଣ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଯାଏ କୌଣସି ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଅଲିମ୍ପିକ୍ସ କିମ୍ବା ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ନାହାନ୍ତି। ତେଣୁ ଓଡ଼ିଆ ପୁଅ ପ୍ରମୋଦଙ୍କ ପାଖରେ ଇତିହାସ ରଚିବାର ସୁଯୋଗ ରହିଛି।

ପ୍ରମୋଦ ପୁରୁଷ ଏକକ ବର୍ଗରେ ‍ଫାଇନାଲରେ ପ୍ରବେଶ କରିଥିବା ବେଳେ ମିକ୍ସଡ ଇଭେଣ୍ଟରେ ମଧ୍ୟ ସେମି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ତେଣୁ ସେମିରେ ଯଦି ସେ ଜିତିବେ, ତା’ହେଲେ ଉକ୍ତ ଇଭେଣ୍ଟରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ହାସଲ କରିବାର ସୁଯୋଗ ପାଇବେ। ଅନ୍ୟପକ୍ଷରେ ପ୍ରମୋଦ ଫାଇନାଲରେ ପ୍ରବେଶ କରିବା କ୍ଷଣି ଚଳିତ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୪ରେ ପହଞ୍ଚି ଯାଇଛି। ଏଯାଏ ଭାରତ ଦୁଇଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ଜିତିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ