Masthead

ଆନ୍ଧ୍ର ଜିତିଲା… ଓଡ଼ିଶା ହାରିଲା

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଆରମ୍ଭହେଲା ଜଗନମୋହନ ସରକାର। କୋଟିଆରେ ଆନ୍ଧ୍ର କରାଇଥିବା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଗଞ୍ଜେଇପଦର,ଫାଟୁସିନେରୀ, ଫଗୁଣ ସିନେରୀ ପଞ୍ଚାୟତ ପାଇଁ ହୋଇଥିବା ନିର୍ବାଚନରେ ୱାଇଏଏସ୍ କଂଗେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଓଡ଼ିଶା ଚୁପ୍ ରହିଲା ଆନ୍ଧ୍ର ଜୋରଜବରଦସ୍ତ ଓଡ଼ିଶାରେ ପସି ନିର୍ବାଚନ କଲା । ନିର୍ବାନତ କଲା ହେଲେ ଏବେ ଶାସନ କରିବ । ପ୍ରଥମେ ହାଇକୋର୍ଟର ଜଣିକିଆ ବେଞ୍ଚ ରୋକ ଲଗାଇଥିଲେ ପରେ ଡିଭିଜନ ବେଞ୍ଚ ଉକ୍ତ ନିର୍ଦ୍ଦେଶକୁ ରଦ୍ଦ କରି ପଞ୍ଚାୟତ ନିର୍ବାଚନ କରିବାକୁ ଅନୁମତି ଦେଇଥିଲେ । ପୂରା ରାଜ୍ୟରେ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ପାଇଁ ଭୋଟ ପଡିଲା ତା ସହିତ ଏପ୍ରିଲ ୮ରେ ବି ଓଡ଼ିଶାରେ ଭୋଟ କରାଇଥିଲା ଆନ୍ଧ୍ର ।

ମୂଲ୍ୟବାନ ଘଣିଜ ସମ୍ପଦ ପାଇଁ ଓଡ଼ିଶାର ସୀମାନ୍ତ ମୋହକୁ ଛାଡ଼ିପାରୁନି ଆନ୍ଧ୍ର। କୋରାପୁଟର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ବୁଲୁଛନ୍ତି ଆନ୍ଧ୍ର ଅଧିକାରୀ। ଅଟକେଇ ପାରୁନି ଓଡ଼ିଶା ପ୍ରଶାସନ। କେତେବେଳେ ବୃକ୍ଷରୋପଣ ପାଇଁ ଚାରା ବାଣ୍ଟୁଛନ୍ତି…ତ କେତେବେଳେ ଗାଁକୁ ଗାଁ ବୁଲି ଗୃହପାଳିତ ପଶୁଙ୍କ ଚିକିତ୍ସା କରୁଛନ୍ତି। ସବୁଠୁ ବଡ଼ କଥା ହେଉଛି ନିକଟରେ ପାର୍ବତୀପୁରମ ଆଇଟିଡିଏ ପିଓ ଆର୍.କେ. କୁର୍ମନାଥ ଓଡ଼ିଶା ସୀମାରେ ପସି ଫାଟୁସେନେରି, ଫଗୁଣସେନେରି, ମାଡକର, ତଳସେମ୍ବି, ଉପରସେମ୍ବି ,ଗଂଜେଇପଦର ଅଞ୍ଚଳର ସ୍ଥିତି ଅନୁଧ୍ୟନ କରିଯାଇଛନ୍ତି ।

ଆନ୍ଧ୍ର ଜିତିଲା… ଓଡ଼ିଶା ହାରିଲା । ସୀମାନ୍ତରେ ଶକ୍ତି ଦେଖାଇ ଜୋର ଜବରଦସ୍ତ ନିର୍ବାଚନ କରି ବିଜୟର ବାଜିମାରିନେଲା ଆନ୍ଧ୍ର । ଏବେ ସାମାନ୍ତରେ ଜଗମୋହନ ସରକାର । ଓଡ଼ିଶା ମୋ ପରିବାର ବୋଲି କହୁଥିବା ନବୀନ ବୋଧେ ଭାବିଦେଇଛନ୍ତି ସୀମାନ୍ତ ଆନ୍ଧ୍ରର । ସେଇଥିପାଇଁ ବୋଧହୁଏ କୋର୍ଟ ଉପରେ ଦାୟିତ୍ୱ ଛାଡିଦେଇ ଚୁପ୍ ବସିଛନ୍ତି ସୁପ୍ରିମୋ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼