Masthead

ଡ୍ରେନ ପାଇଁ ୧୧୦ କୋଟି ପାଇଥିଲା ବିଏମସି: ଖର୍ଚ୍ଚ କରିଛି ୪୪ କୋଟି !

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାଧାରଣତଃ ବର୍ଷା ଦିନରେ ଚାରିଆଡେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ହେଲେ ରାଜଧାନୀରେ ସୃଷ୍ଟି ହୁଏ କୃତ୍ରିମ ବନ୍ୟା । ସ୍ଥିତି ସୁଧାର ପାଇଁ ବିଏମସି ଆଭ୍ୟନ୍ତରୀଣ ଡ୍ରେନ୍ ମାଧ୍ୟମରେ ଜଳ ପରିଚାଳନା ପାଇଁ ଦୁଇ ବର୍ଷ ପୂର୍ବରୁ ପାଇଥିଲା ୧୧୦ କୋଟି । ସେଥିମଧ୍ୟରୁ ମାତ୍ର ୬୦ ପ୍ରତିଶତ ଟଙ୍କା ଖର୍ଚ୍ଚ କରିବାକୁ ସକ୍ଷମ ହୋଇଥିଲା । ୨୦୧୯-୨୦୨୦ ମସିହାରେ ବର୍ଷା ଜଳକୁ ପ୍ରଭାବଶାଳୀ ଭାବରେ ପରିଚାଳନା ଏବଂ ୨୬୪ ଆଭ୍ୟନ୍ତରୀଣ ଡ୍ରେନର ମରାମତି କରିବା ପାଇଁ ରାଜ୍ୟ ସରକାର ନାଗରିକ ସଂସ୍ଥାକୁ ଏହି ଅର୍ଥ ପ୍ରଦାନ କରିଥିଲେ। ଅର୍ଥ ରାଶି ମଧ୍ୟରୁ ଖୋଲା ଡ୍ରେନଗୁଡ଼ିକୁ ସ୍ଲାବ ସହିତ ଆଚ୍ଛାଦନ କରିବା ପାଇଁ ୫ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା।

ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୪୪ କୋଟି ଟଙ୍କାରୁ ୪୦ ପ୍ରତିଶତ ଖର୍ଚ୍ଚ ହୋଇଛି। ଟେଣ୍ଡର କରିବାରେ ବିଳମ୍ବ କରିବାସହ ଗତ ବର୍ଷ କରୋନା କାରଣରୁ ଅବଶିଷ୍ଟ ଅର୍ଥରାଶି ଖର୍ଚ୍ଚ ହୋଇନାହିଁ ବୋଲି ଜଣେ ଅଧିକାରୀ ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ ୨୦୧୯-୨୦ରୁ ଖୋଲା ଡ୍ରେନ୍ ଆବରଣ ପାଇଁ ପ୍ରାୟ ୩.୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନାଗରିକ ସଂସ୍ଥା ପ୍ରତ୍ୟେକ ୱାର୍ଡକୁ ଲକ୍ଷ ଲକ୍ଷ ଟଙ୍କା ମଞ୍ଜୁର କରିଥିଲା । ଯାହା ଉପଯୁକ୍ତ ନୁହଁ ବୋଲି ପ୍ରମାଣିତ ହୋଇଥିଲା। ବନ୍ୟା ଜଳର ପରିଚାଳନା ପାଇଁ ଆଭ୍ୟନ୍ତରୀଣ ଡ୍ରେନେଜ ସିଷ୍ଟମକୁ ନବୀକରଣ କରିବା ପାଇଁ ନାଗରିକ ସଂସ୍ଥା ବିଫଳ ହେବା ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ପ୍ରତିବର୍ଷ ମୌସୁମୀ ସମୟରେ ରାଜ୍ୟ ରାଜଧାନୀ ଜଳ ପ୍ରବାହର ସମ୍ମୁଖୀନ ହେଉଛି ।

ବନ୍ୟା ପରିସ୍ଥିତି ଏବଂ ଜଳସ୍ତର ବିପଦକୁ ଦୂର କରିବା ପାଇଁ ବିଏମସି ଏପର୍ଯ୍ୟନ୍ତ ଏକ ବ୍ୟାପକ ଡ୍ରେନେଜ ଯୋଜନା ପ୍ରସ୍ତୁତ କରିପାରିନାହିଁ। ୬୫.୬୨ କିଲୋମିଟର ଦୈର୍ଘ୍ୟର ୧୩ ଟି ପ୍ରାକୃତିକ ଡ୍ରେନ୍ ମଧ୍ୟରୁ ଚଟାଣ ଏବଂ ସମ୍ପ୍ରସାରଣ କାର୍ଯ୍ୟ ପ୍ରାୟ ୧୨ କିଲୋମିଟରରେ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ JNNURM ଯୋଜନା ଅଧୀନରେ ସମାପ୍ତ ହୋଇଛି । ତେବେ ୨୦୧୫ ରେ ଏହି ଯୋଜନା ବନ୍ଦ ହେବା ପରେ ଆଉ ଡ୍ରେନେଜ ସମ୍ପ୍ରସାରଣ କାର୍ଯ୍ୟ କରାଯାଇପାରିନଥିଲା । ୭୫୩ କୋଟି ଟଙ୍କା ବିନିଯୋଗରେ ସମସ୍ତ ୧୩ ଟି ପ୍ରାକୃତିକ ଡ୍ରେନକୁ ବିସ୍ତାର କରିବାକୁ ବିଏମସିର ଯୋଜନା ଯୋଜନାରେ ହିଁ ରହିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା