Before Header

ଟଙ୍କା ପାଇଁ କଙ୍ଗାରୁ କୋର୍ଟ

0 65

ପଟ୍ଟାମୁଣ୍ଡାଇ(ବଡ଼ ଖବର ବ୍ୟୁରୋ): ଟଙ୍କା ପାଇଁ କଙ୍ଗାରୁ କୋର୍ଟ । ଧାର ଆଣିଥିବା ଟଙ୍କା ସୁଝିନପାରିବାରୁ ମହିଲାଙ୍କ ମୁହଁରେ ବୋଳିଲେ କଳା । ଏ ଦୃଶ୍ୟ କେଉଁ ଦୁର୍ଗମ ପାହାଡିଆ ଆଦିବାସି ଅଞ୍ଚଳ ନୁହେଁ ବରଂ ଏ ହେଉଛି କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳର । ଜଣେ ମହିଳା କିଛି ଲୋକଙ୍କ ଠାରୁ ଟଙ୍କା ଉଧାର ନେଇଥିଲେ । ତେବେ ପରବର୍ତ୍ତୀ ସମୟରେ ମହିଳା ଜଣଙ୍କ ଟଙ୍କା ଦେଇ ନପାରିବାରୁ ତାଙ୍କ ମୁହଁରେ କଳା ମାରୁଛନ୍ତି ସ୍ଥାନୀୟ ଲୋକେ ।

ଏ ହେଉଛି ପଟ୍ଟାମୁଣ୍ଡାଇ ବେଲତଳ ହାଡିସାହି ଅଞ୍ଚଳର ଦୃଶ୍ୟ । ନିଜର ଅସହାୟର କାହାଣୀ କହୁଥିଲେ ବି ଯେପରି ସବୁ କିଛି ଭୁଲି ଯାଇଛନ୍ତି ଏହି ମହିଳାମାନେ । ତେବେ କୌଣସି ବଡ଼ ଧରଣର ବା ମୋଟା ଅଙ୍କର ଟଙ୍କା ନୁହେଁ, କିଛି ଟଙ୍କା ପାଇଁ ଏଭଳି ଅବସ୍ଥାର ଶିକାର ହୋଇଛନ୍ତି ଏହି ମହିଳା ।

Leave A Reply

Your email address will not be published.