Masthead

ୟୁକ୍ରେନକୁ ମାନବୀୟ ସହାୟତା ପଠାଇବାକୁ ଜେଲେନସ୍କିଙ୍କ ଅନୁରୋଧ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାରି ରହିଛି ୟୁକ୍ରେନ-ରୁଷିଆ ଯୁଦ୍ଧ । ଯୁଦ୍ଧ ଭିତରେ ଚିଠି ଲେଖିଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସହାୟତା ପାଇଁ କରିଛନ୍ତି ଅନୁରୋଧ । ୟୁକ୍ରେନକୁ ମାନବୀୟ ସହାୟତା ପଠାଇବାକୁ ଜେଲେନସ୍କି ଅନୁରୋଧ କରିଥିବା ବୈଦେଶୀକ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଆସିଥିବା ଏହି ଚିଠିକୁ ଭାରତ ଗସ୍ତରେ ଆସିଥିବା ୟୁକ୍ରେନ୍‌ର ଉପବୈଦେଶିକ ମନ୍ତ୍ରୀ ଏମାଇନ୍‌ ଜାପାରୋଭା ମଙ୍ଗଳବାର ଦିନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖିଙ୍କୁ ହସ୍ତାନ୍ତର କରିଛନ୍ତି।

ଔଷଧ ଏବଂ ଡାକ୍ତରୀ ଉପକରଣ ସମେ‌ତ ଆହୁରି ମାନବୀୟ ସହାୟତା ପଠାଇବା ପାଇଁ ୟୁକ୍ରେନ୍‌ ଏହି ଚିଠିରେ ଅନୁରୋଧ କରିଛି। ୟୁକ୍ରେନରେ ଭିତ୍ତିଭୂମି ପୁନଃନର୍ମାଣ କାର୍ଯ୍ୟ ଭାରତୀୟ କମ୍ପାନୀମାନଙ୍କ ପାଇଁ ବେଶ୍ ଲାଭପ୍ରଦ ସହ ବିଦେଶୀ ଡାକ୍ତରୀ ଶିକ୍ଷାର୍ଥୀମାନଙ୍କୁ ନିଜ ନିଜ ଦେଶରେ ‘ୟୁନିଫାଏଡ୍‌ ଷ୍ଟେଟ୍‌ କ୍ୱାଲିଫିକେସନ୍‌ ଏକ୍‌ଜାମ୍‌’ ଦେବା ପାଇଁ ଭାରତ ସରକାରଙ୍କୁ ୟୁକ୍ରେନ୍‌ ପ୍ରସ୍ତାବ ଦେଇଛି । ଫଳରେ ଯୁଦ୍ଧ ଯୋଗୁଁ ୟୁକ୍ରେନ୍‌ ଛାଡ଼ି ଚାଲି ଆସିଥିବା ହଜାର ହଜାର ଭାରତୀୟ ଡାକ୍ତରୀ ଶିକ୍ଷାର୍ଥୀ ଉପକୃତ ହେବେ ବୋଲି ଏମାଇନ୍‌ ଜାପାରୋଭା କହିଥିବା କଥା ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ