ୟୁକ୍ରେନକୁ ମାନବୀୟ ସହାୟତା ପଠାଇବାକୁ ଜେଲେନସ୍କିଙ୍କ ଅନୁରୋଧ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାରି ରହିଛି ୟୁକ୍ରେନ-ରୁଷିଆ ଯୁଦ୍ଧ । ଯୁଦ୍ଧ ଭିତରେ ଚିଠି ଲେଖିଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସହାୟତା ପାଇଁ କରିଛନ୍ତି ଅନୁରୋଧ । ୟୁକ୍ରେନକୁ ମାନବୀୟ ସହାୟତା ପଠାଇବାକୁ ଜେଲେନସ୍କି ଅନୁରୋଧ କରିଥିବା ବୈଦେଶୀକ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଆସିଥିବା ଏହି ଚିଠିକୁ ଭାରତ ଗସ୍ତରେ ଆସିଥିବା ୟୁକ୍ରେନ୍‌ର ଉପବୈଦେଶିକ ମନ୍ତ୍ରୀ ଏମାଇନ୍‌ ଜାପାରୋଭା ମଙ୍ଗଳବାର ଦିନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖିଙ୍କୁ ହସ୍ତାନ୍ତର କରିଛନ୍ତି।

ଔଷଧ ଏବଂ ଡାକ୍ତରୀ ଉପକରଣ ସମେ‌ତ ଆହୁରି ମାନବୀୟ ସହାୟତା ପଠାଇବା ପାଇଁ ୟୁକ୍ରେନ୍‌ ଏହି ଚିଠିରେ ଅନୁରୋଧ କରିଛି। ୟୁକ୍ରେନରେ ଭିତ୍ତିଭୂମି ପୁନଃନର୍ମାଣ କାର୍ଯ୍ୟ ଭାରତୀୟ କମ୍ପାନୀମାନଙ୍କ ପାଇଁ ବେଶ୍ ଲାଭପ୍ରଦ ସହ ବିଦେଶୀ ଡାକ୍ତରୀ ଶିକ୍ଷାର୍ଥୀମାନଙ୍କୁ ନିଜ ନିଜ ଦେଶରେ ‘ୟୁନିଫାଏଡ୍‌ ଷ୍ଟେଟ୍‌ କ୍ୱାଲିଫିକେସନ୍‌ ଏକ୍‌ଜାମ୍‌’ ଦେବା ପାଇଁ ଭାରତ ସରକାରଙ୍କୁ ୟୁକ୍ରେନ୍‌ ପ୍ରସ୍ତାବ ଦେଇଛି । ଫଳରେ ଯୁଦ୍ଧ ଯୋଗୁଁ ୟୁକ୍ରେନ୍‌ ଛାଡ଼ି ଚାଲି ଆସିଥିବା ହଜାର ହଜାର ଭାରତୀୟ ଡାକ୍ତରୀ ଶିକ୍ଷାର୍ଥୀ ଉପକୃତ ହେବେ ବୋଲି ଏମାଇନ୍‌ ଜାପାରୋଭା କହିଥିବା କଥା ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ