Masthead

ଜଗନଙ୍କ ପରେ ଦିଦି: ଭୋଗରାଇରେ ମାଡ଼ିଆସିଲା ପଶ୍ଚିମବଙ୍ଗ

ଭୋଗରାଇ(ବଡ଼ ଖବର ବ୍ୟୁରୋ): ଆନ୍ଧ୍ର ପରେ ପଶ୍ଚିମବଙ୍ଗ । ଜଗନମୋହନ ପରେ ମମତାଙ୍କ ପାଳି । ଯିଏ ଚାହିଁଲା, ଓଡ଼ିଶା ଭିତରେ ପସିଲା । କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଓଡ଼ିଶାର ବିବାଦ ଲାଗିରହିଥିବା ବେଳେ ଏହାର ସମାଧାନ ହୋଇନାହିଁ । ଏପରିକିି ଆନ୍ଧ୍ର ମନ୍ତ୍ରୀ ଆସି ଆମ ପ୍ରଶାସନିକ ଅଧିକାରୀଙ୍କୁ ଧମକ ଦେଲେ । ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କୌଣସି ରିଆକ୍ସନ ନାହିଁ । ଆଉ ଏବେ ଓଡ଼ିଶା ସୀମାରେ ମମତାଙ୍କ ହମଲା । ପଶ୍ଚିମବଙ୍ଗ କେତେବେଳେ ଓଡ଼ିଶା ସୀମାନ୍ତ ଗାଁ ଭିତରକୁ ଧସେଇ ପଶୁଛି ତ ଆଉ କେତେବେଳେ ଉଦୟପୁର ବେଳାଭୂମିରେ ବେଆଇନ ଗାର୍ଡ ୱାଲ ନିର୍ମାଣ କରୁଛି । ଓଡ଼ିଶା ସୀମାନ୍ତ ଉଦୟପୁର ବେଳାଭୂମି ଭିତରକୁ ପ୍ରାୟ ୨୦ ଫୁଟ ମାଡି ଆସିଲେଣି ଦିଦି । ଗୋଟିଏ ବର୍ଷ ମଧ୍ୟରେ ଦୁଇ ଦୁଇ ଥର ଧସେଇ ପସିଲାଣି ପଶ୍ଚିମବଙ୍ଗ । ଖାଲି ସେତିକି ନୁହେଁ ସୀମାନ୍ତ ଗାଁକୁ ନିଜ ଅକ୍ତିଆରକୁ ନେବା ପାଇଁ ମସୁଧା ଚଳାଇଛି । ପ୍ରାୟ ଦୁଇ ଦଶନ୍ଧି ଧରି କୁହୁଳି କୁହୁଳି ଏବେ ଜଟିଳ ରୂପ ଧାରଣ କରିବାରେ ଲାଗିଛି । ହେଲେ ରାଜ୍ୟ ସରକାର କିଛି ଠୋସ ପଦକ୍ଷେପ ନେଉନାହାନ୍ତି । ଯେଉଁଥିପାଇଁ ଚିନ୍ତାରେ ସ୍ଥାନୀୟବାସିନ୍ଦା ।

ପଶ୍ଚିମବଙ୍ଗ ଯୁଦ୍ଧରେ ଯେବେ ମୋଦିଙ୍କୁ ହରାଇଲେ ଦିଦି । ସେତେବେଳେ ପ୍ରଥମ ଧନ୍ୟବାଦ ପାଇଥିଲେ ନବୀନଙ୍କ ଠାରୁ ମମତା ବାନାର୍ଜୀ । ସେ ଧନ୍ୟବାଦର ଫଳ ଏଇୟା ଯେ, ନବୀନଙ୍କ ଶାସିତ ଓଡ଼ିଶାରେ ଦିଦି ସରକାରଙ୍କ ଅନୁପ୍ରବେଶ । ୨୦୨୦ ନଭେମ୍ବର ୬ରେ ସହବାଜିପୁର ଗାଁରେ ଜେସିବି ଲଗାଇ ଲୋକଙ୍କୁ ଉଚ୍ଛେଦ କରିବା ସହ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ଆଗେଇ ଆସିଥିଲା ପଶ୍ଚିମବଙ୍ଗ । ସ୍ଥାନୀୟ ଲୋକେ ଏହାର ତିବ୍ର ବିରୋଧ କରିଥିଲେ । ଯାହାଫଳରେ ଫେରିଯାଇଥିଲା ବଙ୍ଗ ପ୍ରଶାସନ । ଆଉ ଏବେ ପୁଣି ଧସେଇ ପସିବାକୁ ଉଦ୍ୟମ କରିଛି ।

ଗାର୍ଡ ୱାଲ ନିର୍ମାଣ ହୋଇଥିବା ସ୍ଥାନରେ ପୂର୍ବରୁ ୧୪୪ ଧାରା ଲାଗି କରାଯାଇଥିଲେ ମଧ୍ୟ ନିୟମକୁ ଉଲ୍ଲଘଂନ କରିଛି ପଶ୍ଚମବଙ୍ଗ । ଓଡ଼ିଶାବାସୀ ଏହାକୁ ବିରୋଧ କରିଥିଲେ । ଘଟଣା ସ୍ଥଳରେ ପହଞ୍ଚିଥିଲେ ଭୋଗରାଇ ତହସିଲଦାର । କାର୍ଯ୍ୟକୁ ବନ୍ଦ କରିଛନ୍ତି । ବାରମ୍ବାର ପଶ୍ଚିମବଙ୍ଗ ଓଡ଼ିଶା ସରମରେ ପଶୁଛି । ହକ୍ ଜାହିର କରିବା ପାଇଁ । ବଙ୍ଗକୁ ପ୍ରତିରୋଧ ନ କଲେ ଆଗାମୀ ଦିନରେ ପ୍ରବଳ ଉତ୍ତେଜନା ବୃଦ୍ଧି ପାଇବା ଆଶଙ୍କା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର