Before Header

କମୁନି ସଂକ୍ରମଣ, ୨୪ ଘଣ୍ଟାରେ ୮ହଜାର ୮୩୯ ପଜିଟିଭ ଚିହ୍ନଟ

0 48

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ କମୁନି ସଂକ୍ରମଣ । ଗତ ୨୪ଘଣ୍ଟାରେ ୮୮୩୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯୪୮ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ରହିଛି ୩୮୯୧ । ତେବେ ଖୋର୍ଦ୍ଧାରୁ ସର୍ବାଧିକ ୧୨୩୫ ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ଅନୁଗୁଳରୁ ୪୧୪ଜଣ, ବାଲେଶ୍ୱରରୁ ୩୯୫ଜଣ, ବରଗଡ଼ରୁ ୧୯୩ ଜଣ, ଭଦ୍ରକରୁ ୪୧୯ଜଣ, ବଲାଙ୍ଗୀରରୁ ୮୯ ଜଣ, ବୌଦ୍ଧରୁ ୧୭୯ ଜଣ, କଟକରୁ ୭୬୯ ଜଣ, ଦେବଗଡ଼ରୁ୮୪ ଜଣ, ଢେଙ୍କାନାଳରୁ ୫୧୦ ଜଣ, ଗଜପତିରୁ ୫୨ ଜଣ, ଗଞ୍ଜାମରୁ ୧୯୬ ଜଣ, ଜଗତସିଂହପୁରରୁ ୩୧୭ ଜଣ।

ଯାଜପୁରରୁ ୪୯୩ ଜଣ, ଝାରସୁଗୁଡ଼ାରୁ୧୨୧ ଜଣ, କଳାହାଣ୍ଡିରୁ ୫ ଜଣ, କନ୍ଧମାଳରୁ ୫୮ ଜଣ, କେନ୍ଦ୍ରାପଡ଼ାରୁ ୩୦୨ ଜଣ, କେଉଁଝରରୁ ୧୮୮ ଜଣ, କୋରାପୁଟରୁ ୯୯ ଜଣ, ମାଲକାନଗିରିରୁ ୮୫ଜଣ, ମୟୁରଭଞ୍ଜରୁ ୫୮୩ ଜଣ, ନବରଙ୍ଗପୁରରୁ ୧୨୯ ଜଣ, ନୟାଗଡ଼ରୁ ୨୪୬ ଜଣ, ନୂଆପଡ଼ାରୁ ୩୪ ଜଣ, ପୁରୀରୁ ୪୩୮ ଜଣ, ରାୟଗଡ଼ାରୁ ୬ ଜଣ, ସମ୍ୱଲପୁରରୁ ୧୯୪ଜଣ, ସୋନପୁରରୁ ୧୧୮, ସୁନ୍ଦରଗଡ଼ରୁ ୩୩୮ ଓ ଷ୍ଟେଟ ପୁଲରୁ ୨୦୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୭ଲକ୍ଷ ୯୦ହଜାର ୯୭୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୭ଲକ୍ଷ ୨୬ହଜାର ୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ସକ୍ରିୟଙ୍କ ସଂଖ୍ୟା ରହିଛି ୮୫୪୨୩ ।

Leave A Reply

Your email address will not be published.